କାର୍ କେଉଁଠି ରଖିଥିଲେ ମନେପଡିଲାନି ! ୨୦ ବର୍ଷ ପରେ ମିଳିଲା ହଜିଲା ଗାଡ଼ିର ସନ୍ଧାନ , ଜାଣନ୍ତୁ ଏହାର ପୁରା ରିପୋର୍ଟ

95

ବେଳେବେଳେ ଏମିତି ଘଟଣା ଘଟେ । ଆପଣ କେଉଁଠି ନିଜର ଏକ ଜିନିଷ ରଖିଦେଇଥିବେ , ତାହା ଠିକ୍ ସମୟରେ ମନେପଡେନି । ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । କାମ ବ୍ୟସ୍ତତା ଭିତେର ଆମେ ଏମିତି କିଛି ଭୁଲ୍ କରିଦେଇଥାଏ । ଏମିତି ଅନେକଙ୍କ ଠାରେ ଦେଖାଯାଏ । ଏବେ ଏମିତି ଏକ ଖବର ପ୍ରକାଶ ପାଇଛି ଇଣ୍ଡିପେଣ୍ଡେଂଟରେ । ଜମାନୀର ଜଣେ ବ୍ୟକ୍ତି ୨୦ ବର୍ଷ ତଳେ ପାଇଛନ୍ତି ତାଙ୍କର କାର୍ କୁ । ସେ କେଉଁଠି ଗାଡିକୁ ପାର୍କିଂ କରିଥିଲେ ମନେପଡିନଥିଲା । ଫଳରେ ୨୦ ବର୍ଷ ଯାଏ ଖୋଜିଚାଲିଥିଲେ । ଏହା ନିଶ୍ଚୟ ଏକ ମଜାଦାର କଥା ଅନ୍ୟମାନଙ୍କ ପାଇଁ ହୋଇପାରେ । ହେଲେ ବାସ୍ତବିକ ଏହା ସତ ।

ଇଣ୍ଡିପେଣ୍ଡେଂଟରେ ପ୍ରକାଶିତ ସୂଚନା ଅନୁସାରେ , ୧୯୯୭ ମସିହାରେ ଫ୍ରାଙ୍କଫର୍ଟ ସହରର ଏକ ସ୍ଥାନରେ ନିଜ କାର୍ ପାର୍କିଂ କରିଥିଲେ ଜର୍ମାନୀର ଏହି ବ୍ୟକ୍ତି ଜଣକ । ହେଲେ ପରେ ସେ କେଉଁଠି ଗାଡିକୁ ପାର୍କିଂ କରିଛନ୍ତି ଭୁଲିଯାଇଥିଲେ । ପୁଲିସ୍ ନିକଟରେ ଗାଡିଟି ଚୋରି ହୋଇଯାଇଥିିବାର ଅଭିଯୋଗ କରିଥିଲେ । ଏହା ପରେ କିନ୍ତୁ କାର ଟି ପାଇନଥିଲେ । ହଠାତ୍ ୨୦ ବର୍ଷ ପରେ ସେ ନିଜର ଏହି କାର୍ ର ସନ୍ଧାନ ପାଇଲେ । ତାହା ପୁଣି ଠିକ୍ ସେହି ସ୍ଥାନରେ ।ଯେଉଁଠି ସେଦିନ ସେ ଗାଡିକୁ ରଖିଥିଲେ ।

ଉଲ୍ଲେଖନୀୟ ଯେ , ନିକଟରେ ଫ୍ରାଙ୍କଫର୍ଟର ଏକ ଗ୍ୟାରେଜ୍ ସମ୍ମୁଖରେ ଏହି କାର୍ ଟି ଥୁଆ ହୋଇଥିବାର , ସେଠାରେ କିଛି ନିର୍ମାଣ କାର୍ଯ୍ୟ କରୁଥିବା ବିଲଡରଙ୍କୁ ସେହି ଗ୍ୟାରେଜ ଭାଂଗିବାକୁ ଅନୁମତି ଦିଆଯାଇଥିଲା । ଏହାପରେ ସେଇ କାରଟିର ମାଲିକଙ୍କ ପତ୍ତା ଲଗାଇବାକୁ ପଡିଲା । ଆଉ ଏଥିପାଇଁ ପୁଲିସର ସହାୟତା ନିଆଗଲା ପୁଲିସ୍ ଅନୁସନ୍ଧାନ କରି ସେ ୭୬ ବର୍ଷୀୟ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ । ଯିଏକି ୨୦ ବର୍ଷ ତଳେ ସେଇ କାର୍ କୁ ସେଠାରେ ଛାଡି ଚାଲିଯାଇଥିଲେ । ସେଦିନ ସେହି ବ୍ୟକ୍ତି ଜଣକ ନିଜ ଝିଅ ସହ ସେଇ ବାଟ ଦେଇ ଯାଉଥିଲେ । ହଠାତ୍ କାର୍ ଟି ଖରାପ ହୋଇଥିଲା । ସେ ସେଠାରେ ରଖିଦେଇଥିଲେ ।

ଏତେ ବର୍ଷ ପରେ ନିଜର ଏହି କାରଟିକୁ ପାଇ ନିଶ୍ଚୟ ବ୍ୟକ୍ତି ଜଣକ ଖୁସି ହୋଇଚନ୍ତି । କିନ୍ତୁ ଏହି କାର୍ କୁ ନେବାକୁ ମନାକରିଦେଇତିଲେ ଗାଡିଟି ଚାଲିବା ଅବସ୍ଥାରେ ନଥିଲା । ଆଉ ଏ ଖବରକୁ ନେଇ ଏବେ ସବୁଠି ଚର୍ଚ୍ଚା ।