କନକ ବ୍ୟୁରୋ : କୁହାଯାଏ ଦୃଢ ଇଚ୍ଛା ଶକ୍ତି ଓ ମନୋବଳ ଆଗରେ ସବୁ ପ୍ରତିବନ୍ଧକ ହାର୍ ମାନିଥାଏ । ଏମିତି ଅନେକ ନଜିର ଦେଖିବାକୁ ମିଳେ । ଅନେକ ବ୍ୟକ୍ତି ବୟସର ଅପରାହ୍ନରେ ବି ନିଜର ଲକ୍ଷ୍ୟ ପଥରୁ ବିଚ୍ୟୁତ ନହୋଇ ସଫଳତା ପାଇଥାନ୍ତି । ଏବେ ଏମିତି studyଏକ ଖବର ନବଭାରତ ଟାଇମ୍ସରେ ପ୍ରକାଶିତ ହୋଇଛି । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ।

Advertisment

ପ୍ରକାଶିତ ସୂଚନା ଅନୁସାରେ , ଜଣେ ୯୮ବର୍ଷୀୟ ବ୍ୟକ୍ତି ଏମଏ ଶିକ୍ଷା ସମାପ୍ତ କରିଛନ୍ତି । ଜୀବନର ୯୮ଟି ବସନ୍ତ ପୁରା କରିସାରିଥିବା ରାଜକୁମାର ବୈଶ୍ୟଙ୍କର ଶିକ୍ଷା ପ୍ରତି ଥିବା ଏହି ଅହେତୁକ ବ୍ୟାକୁଳତାକୁ ଯେତେ ତାରିଫ କରାଯିବ ସେତେ କମ୍ ହେବ । ଯେଉଁ ବୟସରେ ଲୋକେ ଈଶ୍ୱରଙ୍କର ଜପଧ୍ୟାନ କରିବାରେ ସମୟ ବିତାଇଥାନ୍ତି । ସେହି ବୟସରେ ସେ କରିଛନ୍ତି ପୋଷ୍ଟଗ୍ରାଜୁଏଟ୍ ଏବଂ ସୋମବାର ଦିନ ଏହା ପୁରା କରି ଦୁନିଆକୁ ଦେଖେଇଦେଇଛନ୍ତି । ରାଜକୁମାରଙ୍କର ମନରେ ଅନେକ ଦିନରୁ ଆଶା ଥିଲା କି ନାଳନ୍ଦା ଓପନ ୟୁନିର୍ଭସିଟିରୁ ଇକନୋମିକ୍ସରେ ଏମଏ କରିବା ପାଇଁ । ରାଜକୁମାର ୧୯୩୮ମସିହାରେ ଏହି ବିଷୟରେ ଆଗ୍ରା ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍ କରିଥିଲେ । ମୂଳ ରୂପରେ ୟୁପିରେ ବରେଲିରେ ରହୁଥିବା ରାଜକୁମାର ଇକନୋମିକ୍ସରେ ସେକେଣ୍ଡ ଡିଭିଜନରେ ଏମଏ ପାସ୍ କରିଛନ୍ତି ।

nalanda-open-university-south-gandhi-maidan-patna-731we୧୯୨୦ମସିହା ଏପ୍ରିଲ୍ ୧ରେ ରାଜକୁମାର ଜନ୍ମ ହୋଇଥିଲେ । ଆଉ ୧୯୩୪ରେ ମାଟ୍ରିକ୍ , ୧୯୩୮ରେ ବିଏ ଏବଂ ୧୯୪୦ରେ ଏଲଏଲବିର ପରୀକ୍ଷା ପାସ୍ କରିଥିଲେ । ଏହି ସଫଳତା ପରେ ରାଜକୁମାର କହିଛନ୍ତି, ‘ଯେବେ ଠାରୁ ଦେଶ ସ୍ୱାଧୀନ ହୋଇଛି , ତେବେ ଠାରୁ ମୁଁ ଶୁଣି ଆସୁଛି କି ଗରିବି ହଟାଓ । ଏହା ଏବେ ବି ଏକ ନାରା ହୋଇ ରହିଯାଇଛି । ମୁଁ ନିଜର ପୁଅକୁ କହିଛି , ସେ ମୋତେ ଗୋଟେ କ୍ୟାମେରା ଦେବାକୁ , ଯେଉଁଥିରେ ମୁଁ ଗରିବୀର ଫଟୋ ଉଠାଇପାରିବି । ମୁଁ ଏକ କବିତା ଲେଖିବି ଏବଂ ଏହାକୁ ଖବରକାଗଜକୁ ପଠାଇବି ।’

୯୮ ବର୍ଷୀୟ ରାଜକୁମାର ନିଜର ଏହି ସଫଳତାର ଶ୍ରେୟ ବହୁ ଭାରତୀ ଏସ୍ କୁମାର ଓ ପାଟନା କଲେଜର ହିଷ୍ଟ୍ରୀ ପ୍ରଫେସରଙ୍କୁ ଦେଇଛନ୍ତି । ତାଙ୍କର ପୁଅ ସନ୍ତୋଷ କୁମାର କହିଛନ୍ତି, ‘ଏହା ଆମ ପାଇଁ ଗର୍ବର ମୁହୂର୍ତ୍ତ ।’ ସେପଟେ ନାଳନ୍ଦା ଓପନ ୟୁନିର୍ଭସିଟିର ଭାଇସ୍ ଚାନ୍ସଲର ବିଶ୍ୱବିଦ୍ୟାଳୟର ଇତିହାସରେ ଏହା ଏକ ସ୍ୱର୍ଣ୍ଣିମ ଦିନ ବୋଲି କହିଛନ୍ତି ।