ପ୍ରେମୀଯୁଗଳଙ୍କ ପାଇଁ ବୋଧେ ଏ ସବୁଠୁ ଖୁସି ଖବର । ଲୁଚାଛପାରେ ଯାହା କରିବାକୁ ପଡୁଥିଲା ଏବେ ଏହା ପଢାହେବ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ । ଡାକ୍ତର ମେଗନ ପାଇ ପ୍ରେମ ଉପରେ ଏକ ଅଣ୍ଡରଗ୍ରାଜୁଏଟ୍ କୋର୍ସ ସଂଚାଳନ କରିଛନ୍ତି । ନିଜେ ଡାକ୍ତର ମେଗନ ଏହି କୋର୍ସକୁ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟ ପାଇଁ ପ୍ରସ୍ତୁତ କରିଛନ୍ତି ।
ଦ ଗାର୍ଡିୟନରେ ପ୍ରକାଶିତ ଖବର ଅନୁସାରେ, ପ୍ରେମ ବିଷୟରେ ପଢାଯାଉଥିବା ଏହି କ୍ଲାସର ନାଁ “ ଲଭ୍ ଏକଚୁଅଲି” ଦିଆଯାଇଛି । ଯେଉଁଥିରେ ପ୍ରଥମ ସେମିଷ୍ଟରରେ ଲୋକଙ୍କ ପ୍ରେମ ବିଷୟରେ କେମିତି ଅନୁଭବ ରହିଛି । ସେହି ଆଧାରରେ ଚାଲିଥାଏ । ପୂରା କୋର୍ସଟିରେ ପ୍ରେମ ଓ ତାର ବିଭିନ୍ନ ଦିଗକୁ ଅବତାରଣା କରାଯାଇଛି । ଛାତ୍ରଛାତ୍ରୀଙ୍କୁ ପ୍ରେମର ପ୍ରକୃତ ସ୍ୱରୂପ ବଷୟରେ ଶିକ୍ଷା ଦିଆଯାଉଛି ।
ସବୁଠାରୁ ମଜାଦାର କଥା ହେଲା । ଯେବେଠାରୁ ଏହି କୋର୍ସର ଆରମ୍ଭ ହେଲା ସେବେଠାରୁ କୋର୍ସଟି ଖୁବ୍ ଲୋକପ୍ରିୟ ହୋଇଛି । ଗତ ୨ବର୍ଷ ଭିତରେ ଏହି ନୂତନ କୋର୍ସରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ତିନିଗୁଣା ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/love.jpg)