ଭାରତରେ ୧ହଜାର ଲୋକରେ ଜଣେରୁ କମ୍ ଅଛନ୍ତି ଡାକ୍ତର !

31

ଏବେ ଏକ ଚାଂଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଯାହା ଆଶ୍ଚର୍ଯ୍ୟ ଲାଗିବ ଜାଣିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜ୍ୟମନ୍ତ୍ରୀ ଅନୁପ୍ରିୟା ପଟେଲ୍ ଲୋକସଭାରେ ଦେଇଛନ୍ତି ଏକ ସୂଚନା । ଭାରତରେ ୧ହଜାର ଲୋକରେ ଏକରୁ କମ୍ ଡାକ୍ତର ଅଛନ୍ତି । ସେ କହିଛନ୍ତି ୩୧ ମାର୍ଚ୍ଚ ୨୦୧୭ ପର୍ଯ୍ୟନ୍ତ ମେଡିକାଲ କାଉଂସିଲ୍ ଅଫ୍ ଇଣ୍ଡିଆ ଓ ରାଜ୍ୟଗୁଡିକର ମେଡିକାଲ କାଉଂସିଲରେ ୧୦,୨୨,୮୫୯ ଏଲୋପାଥିକ୍ ଡାକ୍ତର ପଂଜୀକୃତ ଥିଲେ ।

ସୂଚନା ଅନୁସାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁସାରେ ୧ହଜାର ଲୋକରେ ଜଣେ ଡାକ୍ତର ରହିବା କଥା । କିନ୍ତୁ ସେଥିରୁ କମ୍ ଅଛନ୍ତି । ଦେଶରେ ୪୭୯ଟି ମେଡିକାଲ କଲେଜରେ ୬୭,୨୧୮ଟି ଏମବିବିଏସ୍ ସିଟ୍ ରହିଛି । ଗତ ୩ବର୍ଷ ଭିତରେ ୧୨,୮୭୦ଟି ଏମବିବିଏସ୍ ସିଟ୍ ଯୋଗ କରାଯାଇଛି । ସରକାର ଦେଶରେ ଅନ୍ୟ ଦେଶରେ ଥିବା ଡାକ୍ତରଙ୍କ ଲୋକସଂଖ୍ୟା ହାର ବଢାଇବାକୁ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧିରେ ନଜର ଦେଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କହିଥିଲେ ।

ଅନ୍ୟ ଦେଶରେ ଥିବା ଡାକ୍ତରଙ୍କ ଲୋକସଂଖ୍ୟା ହାର-
ଅଷ୍ଟ୍ରେଲିଆ – ୩.୩୭୪:୧୦୦୦ ,

ବ୍ରାଜିଲ୍ -୧.୮୫୨:୧୦୦୦,

ଚୀନ୍-୧.୪୯:୧୦୦୦,

ଫ୍ରାନ୍ସ-୩.୨୨୭:୧୦୦୦,

ଜର୍ମାନୀ-୪.୧୨୫:୧୦୦୦,

ରୁଷିଆ-୩.୩୦୬:୧୦୦୦,

ଆମେରିକା -୨.୫୫୪:୧୦୦୦,

ଆଫଗାନିସ୍ତାନ-୦.୩୦୪: ୧୦୦୦,

ବାଙ୍ଗଲାଦେଶ-୦.୩୮୯:୧୦୦୦,

ପାକିସ୍ତାନ-୦.୮୦୬:୧୦୦୦ ଅଟେ ।

(ସୈାଜନ୍ୟ- ହିନ୍ଦୁସ୍ତାନ ଟାଇମ୍ସ)