ଅର୍ଥ ମନ୍ତ୍ରାଳୟ ପ୍ୟାନ କାର୍ଡକୁ ଆଧାର ସହ ଯୋଡିବାର ସମୟ ସୀମା ବଢାଇ ପାରନ୍ତି । ଆଉ ଏହି ବର୍ଷର ଶେଷ ଭାଗକୁ ଏହା କରିବା ପାଇଁ ଗୁରୁବାର ଦିନ ଏହାର ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ପୂର୍ବରୁ ଥିବା ଏହି ସମୟସୀମା ୩୧ ଅଗଷ୍ଟରେ ସମାପ୍ତ ହେବାକୁ ଯାଉଛି । ସ୍ୱତନ୍ତ୍ର ପରିଚୟ ପତ୍ର ଆଧାରର ମାମଲା ସୁପ୍ରିମ୍ କୋର୍ଟରେ ରହିଛି ଏବଂ ଏହା ଉପରେ ଶୁଣାଣୀ ନଭେମ୍ବରରେ ହେବ । ସାମାଜିକ ଯୋଜନାଗୁଡିକର ଲାଭ ଉଠାଇବା ପାଇଁ ଆଧାରକୁ ଯୋଡିବାର ସମୟସୀମା ବଢାଇ ୩୧ ଡିସେମ୍ବର କରାଯାଇପାରେ ।

Advertisment

ଏକ ସୂତ୍ରରୁ ଜଣା ଯେ, ଆଧାରକୁ ପ୍ୟାନ ସହ ଯୋଡିବାର ସମୟସୀମା ବଢାଇବା ପାଇଁ ସରକାର ଗୁରୁବାରକୁ ଏହି ବିଷୟରେ ନିଷ୍ପତ୍ତି ନେଇପାରନ୍ତି । ଆୟକର ଆଇନର ଧାରା ୧୩୯ ଏଏ(୨) କହେ ପ୍ରତ୍ୟେକ ବ୍ୟକ୍ତି ଯାହାର ପାଖରେ ୧ଜୁଲାଇ ୨୦୧୭କୁ ପ୍ୟାନ ନମ୍ବର ଥିଲା ଓ ସେ ଆଧାର ପାଇବାର ଯୋଗ୍ୟ । ତାଙ୍କୁ ନିଜର ଆଧାର ନମ୍ବରର ଇନଫର୍ମେସନ ଅଧିକାରୀଙ୍କୁ ଦେବାକୁ ହେବ । ଏମିତି ଲୋକ ଯିଏ ଆୟକର ଆଇନ ଅନୁସାରେ ପ୍ରବାସୀ ଭାରତୀୟ ତାଲିକାରେ ଆସୁଛନ୍ତି , ଯିଏ ଭାରତର ନାଗରିକ ନୁହଁନ୍ତି । ୮୦ ବର୍ଷରୁ ଅଧିିକ ବୟସର ଲୋକ , ଆସାମ , ମେଘାଳୟ ଓ ଜମ୍ମୁ-କଶ୍ମୀରର ଲୋକଙ୍କୁ ଏହି ଅନିର୍ବାର୍ଯ୍ୟ ତାରୁ ମୁକ୍ତି ଦିଆଯାଇଛି ।

କର ବିଭାଗ ୩୧ ଜୁଲାଇରେ କହିଥିିଲେ, ଯେତେବେଳ ଯାଏ ଏକ ନିଷ୍କର୍ଷ ବାହାରିନାହିଁ ଆଧାର ସାମ୍ବିଧାନିକ ରୂପରେ ବୈଧ ହେବ ନାହିଁ । କରଦାତାଙ୍କୁ ୩୧ ଅଗଷ୍ଟ, ୨୦୧୭ଯାଏ ନିଜର ପ୍ୟାନକୁ ଆଧାର ସହ ଯୋଡିବାକୁ ପଡିବ । ୟୁଆଇଡିଏଆଇର ସିଇଓ ଅଜୟ ଭୂଷଣ ପାଣ୍ଡେ ସୁପ୍ରିମ୍ କୋର୍ଟର ପ୍ରାଇଭେସିର ଅଧିକାର ଉପରେ ନିଷ୍ପତ୍ତି ପରେ କହିଥିଲେ କରଦାତାଙ୍କୁ ନିଜର ପ୍ୟାନ-ଆଧାର ଲିଙ୍କ୍ କରିବାକୁ ହେବ । କାରଣ ସୁପ୍ରିମ୍ କୋର୍ଟର ନିଷ୍ପତ୍ତି ଏହାକୁ ପ୍ରଭାବିତ କରିବ ନାହିଁ । କରଦାତାମାନେ ନିଜର ବାର୍ଷିକ ଆୟକର ରିଟର୍ଣ୍ଣକୁ ୫ ଅଗଷ୍ଟ ଯାଏ ପ୍ୟାନ ସହ ଯୋଡିବା ବିନା ଜମା କରିବାକୁ ଅନୁମତି ରହିଛି । ସେମାନଙ୍କୁ ରିଟର୍ଣ୍ଣ ରେ କେବଳ ଆଧାର ନମ୍ବର କହିବାର ଥିଲା ବା ଆଧାର ପାଇଁ ଆବେଦନ କରିବା ପାଇଁ ମିଳିଥିବା ରସିଦର ଡିଟେଲ୍ସ ଦେବାକୁ ଥିଲା ।

ବ୍ୟାଙ୍କ୍ ଆକାଉଂଟଗୁଡିକୁ ଆଧାର କାର୍ଡ ସହ ଲିଙ୍କ୍ କରିବାର ଶେଷ ତାରିଖ ୩୧ ଡିସେମ୍ବର ଅଟେ । କେନ୍ଦ୍ର ସରକାର ବୁଧବାରକୁ ସୁପ୍ରିମକୋର୍ଟକୁ କହିଛନ୍ତି, ସାମାଜିକ ସୁରକ୍ଷା ଯୋଜନାଗୁଡିକର ଫାଇଦା ନେଉଥିବା ବ୍ୟକ୍ତିଙ୍କ ପାଇଁ ଆଧାର କାର୍ଡ ତିଆରିର ଶେଷ ତାରିଖ ୩୦ ସେପ୍ଟେମ୍ବରରୁ ବଢାଇ ୩୧ ଡିସେମ୍ବର କରିଦିଆଯାଇଛି । ଏହି ବୟାନ ପରେ କୋର୍ଟ ଆଧାର ସ୍କିମକୁ ଆଇନର ବୈଧତା ଉପରେ ବିଚାର କରି ଏହି ମାମଲାକୁ ନଭେମ୍ବର ଯାଏ ଘୁଂଚାଇଛନ୍ତି । (ସୌଜନ୍ୟ-ନବଭାରତ ଟାଇମ୍ସ)