ରାଜା ବିନ୍ଦୁସାର କେମିତି ହୋଇଥିଲେ ଜନ୍ମ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

75

ସମ୍ରାଟ ଚନ୍ଦ୍ରଗୁପ୍ତଙ୍କୁ ଆଚାର୍ଯ୍ୟ ଚାଣକ୍ୟ ଜଣେ ଭଲ ରାଜା ହେବାର ତାଲିମ ଦେଉଥିଲେ । ଏଣୁ ରାଜାଙ୍କୁ ସବୁ ବିପଦରୁ ରକ୍ଷା କରିବାକୁ ପ୍ରୟାସ କରୁଥିଲେ । ଆଉ ରାଜା ଚନ୍ଦ୍ରଗୁପ୍ତଙ୍କ ଖାଦ୍ୟରେ ପ୍ରତିଦିନ କିଛି କିଛି ବିଷ ମିଶାଇଦେଉଥିଲେ । କାରଣ ରାଜା ବିଷକୁ ଗ୍ରହଣ କରିବାରେ ଅଭ୍ୟାସରେ ପଡିଗଲେ ,ଯଦି କୈାଣସି ଶତ୍ରୁ ତାଙ୍କୁ ବିଷ ଦେଇ ମାରିବାକୁ ଚାହିଁବ ତ ସେ ବିଷର ପ୍ରଭାବ ସମ୍ରାଟଙ୍କୁ ପଡିବନି ।

କିନ୍ତୁ ଦିନେ ସେ ବିଷ ମିଶା ଖାଦ୍ୟ ରାଜାଙ୍କ ପତ୍ନୀ ଗ୍ରହଣ କରିନେଲେ । ସେ ସମୟରେ ଗର୍ଭବତୀ ଥିଲେ ସେ । ବିଷ ମିଶା ଖାଦ୍ୟ ଖାଇ ତାଙ୍କର ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଲା । ଯେତେବେଳେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ଏହି କଥା ଜଣାପଡିଲା , ତୁରନ୍ତ ସେ ରାଣୀଙ୍କ ଗର୍ଭକୁ କାଟି ଶିସୁକୁ ବାହାର କରି ଦେଇଥିଲେ ଏବଂ ରାଜାଙ୍କ ବଂଶକୁ ରକ୍ଷା କରିଥିଲେ । ହେଲେ ରାଣୀଙ୍କର ମୃତ୍ୟୁ ହୋଇଥିଲା । ଆଉ ସେ ମୃତ୍ୟୁର କାରଣ କରାଯାଇଥିଲା ଆଚାର୍ଯ୍ୟ ଚାଣକ୍ୟଙ୍କୁ । ଚାଣକ୍ୟଙ୍କ ଦ୍ୱାରା ଆସନ୍ନ ମୃତ୍ୟୁରୁ ବଂଚିଥିବା ସେହି ଶିଶୁଟି ବଡ ହୋଇ ବିନ୍ଦୁସାର ନାମରେ ବିଖ୍ୟାତ ହୋଇଥିଲେ ।