୨୦୨୭ ସୁଦ୍ଧା ଭାରତ ଏକ ମୁସଲିମ ଦେଶରେ ପରିଣତ ହୋଇଯିବାର ସମ୍ଭାବନା ! ହିନ୍ଦୁ ଯୁବ ବାହିନୀର ଆଶ୍ଚର୍ଯ୍ୟକର ବୟାନ

Advertisment
୨୦୨୭ ସୁଦ୍ଧା ଭାରତ ଏକ ମୁସଲିମ ଦେଶରେ ପରିଣତ ହୋଇଯିବାର ସମ୍ଭାବନା ! ହିନ୍ଦୁ ଯୁବ ବାହିନୀର ଆଶ୍ଚର୍ଯ୍ୟକର ବୟାନ

source-http://www.amarujala.com

ହିନ୍ଦୁ ଯୁବ ବାହିନୀର ଜଣେ ନେତା କହିଛନ୍ତି “ଯଦି ଏଭଳି ଦ୍ରୁତ ଗତିରେ ମୁସଲିମ ଜନସଂଖ୍ୟା ବୃଦ୍ଧି ଘଟେ ତେବେ ସେ ସମୟ ଆଉ ଦୂର ନାହିଁ ଯେବେ ଭାରତ ଏକ ମୁସଲିମ ଦେଶରେ ପରିଣତ ହୋଇଯିବ ।”ପଶ୍ଚିମ ଉତ୍ତରପ୍ରଦେଶ ସଂଗଠନ କାର୍ଯ୍ୟ ନିର୍ବାହି ନାଙ୍ଗେନ୍ଦ୍ର ପ୍ରତାପ ତୋମର ଏହି ବୟାନ ଦେଇଛନ୍ତି ।

ଦେଶରେ ମୁସଲିମ ଜନସଂଖ୍ୟା ଏତେ ଦ୍ରୁତରେ ବୃଦ୍ଧି ପାଉଛି ଯେ ୨୦୨୭ସୁଦ୍ଧା ଭାରତ ଏକ ମୁସଲିମ ଦେଶରେ ପରିଣତ ହୋଇଯିବାର ସମ୍ଭାବନା ବୋଲି ସେ ଦାବି କରିଛନ୍ତି । ନାଗେନ୍ଦ୍ରଙ୍କ କହିବାନୁସାରେ ଭାରତକୁ ମୁସଲିମ ଦେଶରେ ପରିଣତ କରିବା ଏହି ସମୁଦାୟର ଟାର୍ଗେଟ ରହିଛି । ସେ ଏହା ମଧ୍ୟ କହିଛନ୍ତି ଏମାନେ ଆନନ୍ଦ ସକାଶେ ଶିଶୁ ଜନ୍ମ ଦେଉନାହାନ୍ତି , କେବଳ ଦେଶକୁ କବ୍ଚା କରିବା ପାଇଁ ଏମାନେ ନିଜର ବଂଶ ବିସ୍ତାର କରିଚାଲିଛନ୍ତି ।

ସୂଚନା ଯେ ହିନ୍ଦୁ ଯୁବ ବାହିନୀର ସ୍ଥାପନା ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୦୨ ମସିହାରେ କରିଥିଲେ । ଯୋଗୀଙ୍କର ମୁଖ୍ୟମନ୍ତ୍ରୀ ହେବା ପରେ ଅନେକ ସଂଗଠନର ଲୋକେ ସେ ଉତ୍ତେଜିତ ଭାଷଣ ଦେଉଥିବାର ଆରୋପ ଲଗାଇଛନ୍ତି । ଅନେକ ଥର ମୁଖ୍ୟମନ୍ତ୍ରୀ ନିଜେ ସଂଗଠନର ସଦସ୍ୟଙ୍କୁ ଏମିତି ଉତ୍ତେଜିତ ବୟାନବାଜିରୁ ଦୂରେଇ ରହିବାକୁ କହିସାରିଛନ୍ତି ।

(ସୌଜନ୍ୟ- ଅମର ଉଜାଲା)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe