ଅଦ୍ଭୁତ ଆଶ୍ଚର୍ଯ୍ୟ ; କୁକୁର ନାଁରେ ଥାନାରେ ଛେଳିର ଏତଲା !

29

ଆପଣ ଜାଣିଥିବେ ମଣିଷମାନେ ହିଁ ଥାନା କଚେରୀ ଯାଇଥାନ୍ତି । ଦୋଷୀ ବିରୋଧରେ ଏତଲା ଦେଇଥାନ୍ତି । ହେଲେ ନଇ ଦୁନିଆ ନ୍ୟୁଜରେ ପ୍ରକାଶିତ ଏକ ଖବର ଏବେ ଖୁବ୍ ଚର୍ଚ୍ଚାରେ । ଏକ କୁକୁରର ଆକ୍ରମଣକୁ ନେଇ ଛେଳି ଥାନାରେ ଦେଇଛି ଏତଲା ।

ସୂଚନା ଅନୁସାରେ , ଘଟଣାଟି ଘଟିଛି , ମଧ୍ୟପ୍ରଦେଶର , ଇଟାରସିରେ । ଏକ ଛେଳି ଏକ କୁକୁର ବିରୋଧରେ ଏତଲା ଦେବାକୁ ମାଲିକ ସହ ପହଁଚିଛି ଥାନାରେ । ବଙ୍ଗଲିୟା ନିବାସୀ ନିତିନ୍ ବୈାରାସି ଛେଳି କଲ୍ଲୁକୁ ଶ୍ମଶାନ ପାଖ ବଗିଚାରେ ଚରାଇବାକୁ ବାନ୍ଧିଥିଲେ । ଏଠାରେ ରହୁଥିବା ଅଜ୍ଜୁ କୁଶାବାଙ୍କ କୁକୁର କଲ୍ଲୁର ଆକ୍ରମଣ କରି ମୁଣ୍ଡକୁ କ୍ଷତ କରିଦେଇଥିଲା ।

ଖଣ୍ଡିଆଖାବରା କଲ୍ଲୁକୁ ନେଇ ତା ମାଲିକ ଯେତେବେଳେ କୁକୁର ମାଲିକ ଅଜ୍ଜୁଙ୍କୁ କହିଲେ ସେ ଗାଳିଗୁଳଜ କରିଥିଲେ । ଏହାପରେ ଛେଳିକୁ ନେଇ ମାଲିକ ନିତିନ୍ ଥାନାରେ ପହଁଛିଥିଲେ । ଆଉ ଥାନାରେ କୁକୁର ନାଁରେ ଦେଇଥିଲେ ଏତଲା । ସେଠାରେ ଉପସ୍ଥିତ ଛେଳି ମେଁ ମେଁ ରଡି କରି ନିଜ ମାଲିକର ସ୍ୱର ସହ ନିଜର ମତ ଦେଇଥିଲା । ଏହି ମାମଲାର ଯାଂଚ କାର୍ଯ୍ୟ ପାଇଁ ଆଦେଶ ଦିଆଯାଇଥିବାର ଥାନା ଅଧିକାରୀ ବିଏସ୍ ତୋମର କହିଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ – ଲମ୍ବା ଚୁଟି ଯୋଗୁଁ ମହିଳା ଫେରିପାଇଲେ ଜୀବନ : ୭ ମହଲା ଛାତରୁ କରୁଥିଲେ ଆତ୍ମହତ୍ୟା