ଲିଙ୍ଗ ପରିବର୍ତ୍ତନ କରି ଯୁବକରୁ ହେଲେ ଯୁବତୀ ! ଖୁବ୍ ଶୀଘ୍ର ରିୟଲିଟି ଶୋ’ରେ ନଜର ଆସିବେ ଏହି ମଡେଲ୍

75

ଦିଲ୍ଲୀରେ ଜନ୍ମିତ ଗୈାରବ ଅରୋରା ଏମଟିଭି ସ୍ପିଲଟ୍ସଭିଲାର ଅଷ୍ଟମ ସିଜିନରେ ନଜର ଆସିଥିଲେ । ଗତ ବର୍ଷ ସେ ସେକ୍ସ ଚେଂଜ ସର୍ଜରୀ କରିଥିଲେ । ଏବଂ ଏବେ ସେ ଟିଭିରେ ନିଜର ଏକ ନୂଆ ପରିଚୟ ଗୈାରୀ ଅରୋରା ନାମରେ ଆସିବାକୁ ପ୍ରସ୍ତୁତ । କିନ୍ତୁ ଏହାକୁ ନେଇ ମଧ୍ୟ ସେ ଖୁବ୍ ନର୍ଭସ ଅନୁଭବ କରୁଛନ୍ତି ।

ଇଣ୍ଡିଆନ୍ ଏକ୍ସପ୍ରେସ୍ ସହ କଥାବାର୍ତ୍ତା ବେଳେ ସେ ଏହା କହିଛନ୍ତି ଏହି ରିୟଲିଟି ଶୋ’ ସମୟରେ ତାଙ୍କୁ ବିକିନିରେ ଅଡିସନ ଦେବାକୁ ଥିଲା । ଏହାକୁ ନେଇ ସେ ବହୁତ ନର୍ଭସ ଥିଲେ । ତାଙ୍କୁ ଏହି କଥାର ବଡ ଚିନ୍ତା ଥିଲା କି ବିକିନିରେ ପରିବାର ଲୋକ ଦେଖିଲେ କଣ ସବୁ ପ୍ରତିକ୍ରିୟା ଦେବେ । ଏହାସହ ଦ୍ୱିତୀୟ ଚିନ୍ତା ଥିଲା କି ଲୋକେ କାଳେ ଭାବିବେ ଶରୀର ଦେଖାଇବା ପାଇଁ ଲିଙ୍ଗ ପରିବର୍ତ୍ତନ କରିଛି । ବର୍ତ୍ତମାନ ସେ ଶୋ’ ସହ ଜଡିତ ସବୁ ଜଜ୍ ଙ୍କ ପଜିଟିଭ୍ ରିଆକ୍ସନକୁ ନେଇ ଖୁସି ଏବଂ ସେ ଅପେକ୍ଷା କରିଛନ୍ତି ଏହାକୁ ନେଇ ତାଙ୍କ ପରିବାର କଣ ସବୁ ମନ୍ତବ୍ୟ ଦେଉଛନ୍ତି ।

ଗୌରବ ଯେତେବେଳେ ଏମଟିଭି ସ୍ପିଲଟ୍ସଭିଲାରେ ନଜର ଆସିଥିଲେ , ସେତେବେଳେ ଯୁବତୀମାନେ ତାଙ୍କୁ ଦେଖି ଦୀର୍ଘ ନିଶ୍ୱାସ ମାରିଥିଲେ । ମଡେଲିଂ ଦୁନିଆରେ ସେ ଭଲ କାମ କରୁଥିଲେ । କେହି କେବେ ଭାବିନଥିଲେ ସେ ଦିନେ ଲିଙ୍ଗ ପରିବର୍ତ୍ତନ କରିବେ ବୋଲି ।

କିନ୍ତୁ ଏହି ବିଷୟରେ ଗୌରବଙ୍କର କହିବା କଥା ହେଲା , ତାଙ୍କୁ ନିଜର ପୁରା ଜୀବନ ଜଣେ ମହିଳା ଭଳି ଅନୁଭବ ହେଉଛି । ତାଙ୍କ ପାଇଁ ଲିଙ୍ଗ ପରିବର୍ତ୍ତନ କରିବା ନିଷ୍ପତ୍ତି ବଡ କଠିନ ଥିଲା । ଅନେକ ବର୍ଷ ଯାଏ ହୋଇଥିବା ସର୍ଜରୀ ପରେ ତାଙ୍କର ଲିଙ୍ଗ ପରିବର୍ତ୍ତନ ହୋଇଛି । ଏବେ ସେ ଗୌରବ ଅରୋରାରୁ ଗୌରୀ ଅରୋରା ହୋଇଛନ୍ତି । ଏହି ନୂଆ ପରିଚୟ ସହ ଖୁବ୍ ଶୀଘ୍ର ସେ ଟିଭି ରେ ନଜର ଆସିବାକୁ ଯାଉଛନ୍ତି । ସେ ଇଣ୍ଡିଆଜ୍ ନେକ୍ସଟ୍ ଟପ୍ ମଡେଲ୍ ସିଜିନ୍ -୩ ରେ ପ୍ରତିଯୋଗୀ ଭାବେ ସାମିଲ୍ ହୋଇଛନ୍ତି । ଏହି ଶୋ’କୁ ଡବୁ ରତନାନୀ , ମଲାଇକା ଅରୋରା ଖାନ୍ ଓ ମିଳିନ୍ଦ ସୋମନ ଜଜ୍ ଭାବେ ଅଂଶ ଗ୍ରହଣ କରିବେ ।

ଗୌରବଙ୍କର କହିବା ହେଲା , ଜଣେ ଯୁବତୀ ଭାବେ ନିଜକୁ ଅନୁଭବ କରିବାର ସତ୍ୟକୁ ସାମ୍ନା କରିବା ପାଇଁ ତାଙ୍କୁ ବହୁତ ସମୟ ଲାଗିଥିଲା । ଏବଂ ଲିଙ୍ଗ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେବା ପାଇଁ ତାଙ୍କୁ ବହୁତ ସାହାସ ଯୁଟାଇବାକୁ ପଡିଛି ।

(ସୌଜନ୍ୟ- ଆଜତକ୍ )