ଏ ଦୁନିଆରେ ସବୁକିଛି ବିସ୍ମୟକର । ସାଧାରଣ ଭିତରେ ଏଠି ଅସାଧାରଣ ଘଟଣା ଘଟେ । ଏମିତି ଏକ ଖବର ସାମ୍ନାକୁ ଆସିଛି । ଆପଣ ଏହାକୁ ଆଶ୍ଚର୍ଯ୍ୟକର ମନେକରିବେ । ଅନେକ ଫୁଲ ବାଡି ବଗିଚା ,ପାର୍କ ଆଦିରେ ଦେଖିଥିବେ । ହେଲେ ଏମିତି ଏକ ଫୁଲ ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯାହା କେବଳ ନିର୍ଦ୍ଦିଷ୍ଟ ଶଦ୍ଦ ଶୁଣିଲେ ହିଁ ଫୁଟେ ।
ପାକିସ୍ତାନରେ ଏମିତି ଏକ ଫୁଲ ଥିବାର ଖବର ପ୍ରକାଶିତ ହୋଇଛି । ନମାଜ ପଢାର ଶଦ୍ଦ ଶୁଣିଲେ ଏହି ଫୁଲଟି ସ୍ୱୟଂ ଫୁଟିଉଠେ । ପାକିସ୍ତାନର ଜଣେ ବ୍ୟକ୍ତି ନିଜ ଘରେ ଅନେକ ଫୁଲ ଗଛ ଲଗାଇଛନ୍ତି । ଆଉ ସେଥି ମଧ୍ୟରୁ ଏହି ହଳଦିଆ ଫୁଲଟି ଗୋଟିଏ । ଏହି ଫୁଲର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ( ସୌଜନ୍ୟ : ଦୈନିକ ଜାଗରଣ)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/a-unique-flower.jpg)