ପୁଅ ନା ପାଷାଣ : ପାଣି ନଦେବାରୁ ବାପାଙ୍କୁ କଲା ହତ୍ୟା !

37

father deathପୁଅଟିଏ ପାଇଁ ବାପା କେତେ ଆଶା କରିଥାନ୍ତି । କେତେ ଠାକୁରକୁ ଡାକିଥାନ୍ତି । ପୁଅଟିଏ କୋଳକୁ ଆସିଲେ ବଡ ହୋଇ କାନ୍ଧରେ କାନ୍ଧ ମିଶେଇବ । ବାର୍ଦ୍ଧକ୍ୟରେ ହେବ ସହାୟ । ଦୁଃଖ ଯିବ ବାପର । ଜୀବନ ଯାକର କଷ୍ଟ ଲାଘବ ହେବ । ପୁଅର ସେବା ଓ ସାହାଯ୍ୟରେ । ହେଲେ ଯଦି ସେହି ପୁଅ ଅତ୍ୟାଚାରୀ ହୁଏ ? ତେବେ କଥା ସରିଲା । ଏମିତି ଏକ ଘଟଣା ଘଟିଛି , ସାଉଥୱେଷ୍ଟ ଦିଲ୍ଲୀର ବିନ୍ଦାପୁରରେ ।

ପଡୋଶୀଙ୍କ ସୂଚନା ଅନୁସାରେ , ସେଠାରେ ଜଣେ ଯୁବକ ତାଙ୍କର ୭୫ବର୍ଷିୟ ବୃଦ୍ଧ ବାପାଙ୍କୁ ରାଗରେ ବାଡେଇଥିଲା । ବାପା ପାଣି ଗ୍ଲାସଟେ ଦେବାକୁ ମନା କରିବାରୁ ପୁଅ ଘଟାଇଥିଲା ଏମିତି କାଣ୍ଡ । ପିଟି ପିଟି ବାପାଙ୍କୁ ମାରିଦେଇଥିଲା । ଏମିତି କିଛି କିଛି ଛୋଟ କଥାକୁ ନେଇ ନିତି ପାଟିତୁଣ୍ଡ ତାଙ୍କ ବାପାଙ୍କ ସହ କରନ୍ତି ବୋଲି ପଡୋଶୀ କହିଛନ୍ତି ।

ଏହି ମୃତ ବାପା ଜଣକ ଜଣେ ଅବସରପ୍ରାପ୍ତ ଏମଟିଏନଏଲର ଲାଇନମ୍ୟାନ୍ ଥିଲେ । ସେ ଘର କାମ ନକଲେ ପୁଅ ଚେତନ ଘୋଷାଡି ବାଡେଉଥିଲେ । ଚେତନଙ୍କ ୧୪ ବର୍ଷିୟା ଝିଅ ଏହି ଘଟଣାର ସାକ୍ଷି ସାଜିଛି ଏବଂ ପୁଲିସକୁ କହିଛି ଘଟଣାର ରହସ୍ୟ ।      ( ସୌଜନ୍ୟ ଟାଇମ୍ସ ଅଫ୍ ଇଣ୍ଡିଆ )