ସବୁଜ ଶକ୍ତି ବିନିଯୋଗର ଏକ ଯୁଗାନ୍ତକାରୀ ପଦକ୍ଷେପ : ଚୀନ୍‌ରେ ଗଡ଼ିଲା ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରାମ୍‌

Advertisment
ସବୁଜ ଶକ୍ତି ବିନିଯୋଗର ଏକ ଯୁଗାନ୍ତକାରୀ ପଦକ୍ଷେପ : ଚୀନ୍‌ରେ ଗଡ଼ିଲା ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରାମ୍‌

SOURCE-https://assets.fastcompany.com

ବିଶ୍ୱର ପ୍ରଥମ ଉଦଜାନ ବାଷ୍ପ ଚାଳିତ ଟ୍ରାମ୍‌ ଉତ୍ତର ଚୀନ୍‌ର ହେବେଇ ପ୍ରଦେଶ ଅନ୍ତର୍ଗତ ତାଂସାନ୍‌ ସହରରେ ବ୍ୟାବସାୟିକ ଯାତ୍ରା ଆରମ୍ଭ କରିଛି। ସର୍ବସାଧାରଣ ଗମନାଗମନରେ ସବୁଜ ଶକ୍ତି ବିନିଯୋଗର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି।

ଏହି ସ୍ୱତନ୍ତ୍ର ଯାତ୍ରୀବାହୀ ଗାଡ଼ିର ବିଶେଷତ୍ୱ ହେଲା, ଏଥିରେ ଉଦଜାନକୁ ହିଁ ଜାଳେଣି ରୂପେ ବ୍ୟବହାର କରାଯାଇଛି। ଏଥି ସହିତ ଅନ୍ୟ ଯାନ ପରି ଏଥିରୁ ପରିବେଶ ପ୍ରଦୂଷଣକାରୀ ଧୂଆଁ ନ ବାହାରି ବର୍ଜ୍ୟବସ୍ତୁ ଭାବେ ଜଳ ହିଁ ନିର୍ଗତ ହେଉଛି ଯାହାକି ପରିବେଶକୁ ପ୍ରଦୂଷଣମୁକ୍ତ ରଖିବ ବୋଲି କୁହାଯାଉଛି। ସେହିପରି ଉଦଜାନ ଦହନକୁ ମାତ୍ର ୧୦୦ ଡିଗ୍ରି ସେଲସିଅସ୍‌ ତାପମାତ୍ରା ଭିତରେ ନିୟନ୍ତ୍ରଣ କରାଯାଉଥିବାରୁ ଅନ୍ୟତମ ପରିବେଶ ପ୍ରଦୂଷଣକାରୀ ବାଷ୍ପ ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ନାହିଁ।

ନିଜସ୍ୱ ଜ୍ଞାନକୌଶଳରେ ଚୀନ୍‌ ଛାଡ଼ିଥିବା ଏହି ଟ୍ରାମ୍‌ରେ ୬୬ ଆସନ ବିଶିଷ୍ଟ ତିନିଟି ବଗି ରହିଛି। ଘଣ୍ଟାକୁ ସର୍ବାଧିକ ୭୦ କି.ମି. ବେଗରେ ଯାଇପାରୁଥିବା ଏହି ଟ୍ରାମ୍‌ଟି ମାତ୍ର ୧୨ କେଜି ଉଦଜାନ ଜାଳେଣିରେ ୪୦ କି.ମି. ଦୂର ଅତିକ୍ରମ କରିପାରିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe