ଭୁବନରେ ପ୍ରସିଦ୍ଧ ବଳଦ ଯାତ୍ରା :୨୦୦ ବର୍ଷର ମହନୀୟ ପରଂପରାକୁ ମନେପକାଇଲେ ଭୁବନବାସୀ

66

vlcsnap-2016-10-14-17h43m12s898ଭୁବନ : ପୁର୍ବରୁ ବଣିକମାନେ ବାଣିଜ୍ୟ-ବ୍ୟବସାୟ କରିବାକୁ ବଳଦକୁ ବାହକ ରୁପେ ବ୍ୟବହାର କରୁଥିଲେ । ଏବେ ସମୟ ବଦଳିଛି । ହେଲେ ବଦଳିପାରିନି ପୁରୁଣା ପଂରପରା । ଏସିଆ ମହାଦେଶର ସର୍ବବୃହତ ଗ୍ରାମର ଆଖ୍ୟା ପାଇଥିବା ଭୁବନରେ ଦୀର୍ଘ ୨୦୦ ବର୍ଷରୁ ଅଧିକ ସମୟ ଧରି ପାଳନ ହୋଇଆସୁଛି ବଳଦ ଯାତ୍ରା । ପ୍ରତିବର୍ଷ ଦଶହରା ପରଦିନ ଏହି ବଳଦଯାତ୍ରା ଅନୁଷ୍ଠିତ ହୋଇଥାଏ । କନକ ନ୍ୟୁଜ୍ ସାମିଲ ହୋଇଥିଲା ଏହି ବଳଦ ଯାତ୍ରାରେ ଆଉ ଅନୁଭବ କରିଥିଲା ମହନୀୟ ପରଂପରାକୁ ।

ଦେଖନ୍ତୁ ଏହି ଭିଡିଓ –