ଅମୃତ ଭିତରେ ବିଷ ! ଜାଣନ୍ତୁ କେମିତି ହେଉଛି କ୍ଷୀରରେ ସାମ୍ପୋର ଅପମିଶ୍ରଣ

82

ସାଧାରଣତଃ ଆମର ଦୈ÷ନିକ ଜୀବନରେ ଦୁଗ୍ଧର ବ୍ୟବହାର ସମସ୍ତେ କରିଥାନ୍ତି । ଛୋଟ ଠାରୁ ବଡ ସମସ୍ତେ ଦୁଗ୍ଧକୁ ଭଲ ପାଇଥାନ୍ତି । ଆଉ ଆମର ପର୍ବପର୍ବାଣୀ ଓ ଉତ୍ସବ ବେଳେ ଏହାର ବହୁର ଦରକାର ପଡେ ଏବଂ ଏହି ସମୟରେ ଏହାର ଫାଇଦା ଉଠାଇଥାନ୍ତି କିଛି ଦଲାଲ । ଯାନିଯାତ୍ରା ଓ ପର୍ବପର୍ବାଣୀ ବେଳେ ଏହି ଅସାମାଜିକ ବ୍ୟକ୍ତିମାନେ ଏହି ନକଲି ଦୁଗ୍ଧର ଖୁବ୍ ବ୍ୟବାହର କରିବାର ସୁଯୋଗ ପାଇଥାନ୍ତି । ବଡ ବଡ ମିଠା ଦୋକାନ ଓ ସଂସ୍ଥାମାନଙ୍କୁ ବିକ୍ରି କରିଥାନ୍ତି ଏହି ନକଲି ଦୁଗ୍ଧ ।

ଅସଲି ଦୁଗ୍ଧ ନାଁରେ କିଛି ଅସାମାଜିକ ବ୍ୟକ୍ତି ଅପମିଶ୍ରଣ କରି ନକଲି ଦୁଗ୍ଧକୁ ବିକ୍ରି କରିଥାନ୍ତି । ସେମାନଙ୍କର କାହାର ହାନି ଲାଭର ବିଚାର ନଥାଏ । ନିଜେ କେମିତି ଅଧିକ ଅର୍ଥ ଉପାର୍ଜନ କରିବେ ସେ ଆଶାରେ କେତେ ଯେ ଭୁଲ୍ କରନ୍ତି ଜାଣନ୍ତି ନାହିଁ । ଏହିପରି ଏକ ଖବରକୁ ଖୁବ୍ ରୋଚକ ଢଙ୍ଗରେ ପ୍ରକାଶିତ କରିଛି ଏନଡିଟି଼ଭି । ଆଉ ଏହାକୁ ଦେଖି ଚାରିଆଡେ ଆଲୋଚନା । ଯଦି ପ୍ରକୃତରେ ଏପରି ହୋଇଥାଏ ,ତେବେ କେତେ ବଡ ସମସ୍ୟା ସମାଜରେ ସୃଷ୍ଟି ନହେବ ,ଏହା ଚିନ୍ତାର ବିଷୟ ସାଜିଛି ।

ନକଲି ଦୁଗ୍ଧର ପ୍ରସ୍ତୁତି କିପରି କରୁଛନ୍ତି ଦଲାଲମାନେ ଏହି ଭିଡିଓରୁ ବିସ୍ତୁତରେ ଜାଣନ୍ତୁ –