ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ : ପରପାରିରେ ଲୁଲୁ ମହାପାତ୍ର

151

lulu mahapatraକନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ଜଣେ ଯୁବ ବାଦଶାହ ଲଲାଟେନ୍ଦୁ ମହାପାତ୍ର ଆଉ ନାହାଁନ୍ତି । ଓଡିଶାର ଘରେ ଘରେ ଲୁଲୁ ମହାପାତ୍ର ନାଁରେ ଥିଲେ ସେ ପରିଚିତ । ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲୁଲୁଙ୍କର ରବିବାର ରାତି ୧୦ଟା ୨୫ମିନିଟରେ ଗୁରୁଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପରଲୋକ ହୋଇଯାଇଛି । ୪ ସପ୍ତାହ ଧରି ଚିକିତ୍ସାଧୀନ ଥିବା ଲୁଲୁଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ ।

lulu-mohapatraମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା ୫୨ ବର୍ଷ । ସେ ଦୀର୍ଘ ଦିନ ଧରି ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ଥିଲେ । ଏହି ଖବର ଓଡିଶାରେ ପହଁଚିବା କ୍ଷଣି ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ସମସ୍ତ କଂଗ୍ରେସ ନେତା ଓ କର୍ମୀମାନେ ଲୁଲୁଙ୍କ ମୃତ୍ୟୁ ଖବରରେ ସ୍ତବ୍ଧ ହୋଇଯାଇଛନ୍ତି ।

55ଲୁଲୁ ମହାପାତ୍ରଙ୍କୁ ଗତ ସେପ୍ଟେମ୍ବର ୨୧ରେ ଏୟାର ଆମ୍ବୁଲାନସ ଯୋଗେ ଭୁବନେଶ୍ୱରରୁ ଗୁରୁଗାଓଁ ନିଆଯାଇଥିଲା । ସେବେଠାରୁ ସେ ଚିକିତ୍ସାଧୀନ ଥିଲେ । ଗତକାଲି ସଂଧ୍ୟା ୭ଟା ପରଠାରୁ ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଘଟିଥିଲା । ଡାକ୍ତରୀଦଳଙ୍କ ଶତ ଚେଷ୍ଟା ସତ୍ୱେ ତାଙ୍କୁ ବଂଚାଇବା ସଂଭବପର ହୋଇନଥିଲା ।

ଦେହାନ୍ତ ଖବର ମିଳିବା ପରେ ଲୁଲୁଙ୍କ ଶେଷଦର୍ଶନ ପାଇଁ ବହୁ ଜାତୀୟସ୍ତରୀୟ ନେତାଗୁରୁଗାଓଁ ସ୍ଥିତ ମେଦାନ୍ତ ହସପିଟାଲରେ ପହଁଚିଥିଲେ । ସେହପରି ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ପହଂଚିଥିଲେ ।