ପୁରୁଷଙ୍କ ମ୍ୟାଚରେ ଅମ୍ପାୟରିଂ କରି ଇତିହାସ ରଚିବେ କ୍ଲେୟର !

25

ସିଡନୀ : କ୍ଲେୟର ପୋଲୋସିକ କେବେ ବି କ୍ରିକେଟ ଖେଳିନାହାଁନ୍ତି । ସେ ଅନେକ ଥର ଅମ୍ପାୟରିଂ ଟେଷ୍ଟ ରେ ଫେଲ୍ ହୋଇଛନ୍ତି । କିନ୍ତୁ cricketହାର୍ ମାନିନାହାଁନ୍ତି । ଏବଂ ଏବେ ସେ ଅଷ୍ଟ୍ରେଲିଆର ଟପ୍ ପୁରୁଷ ଟୁର୍ଣ୍ଣାମେଣ୍ଟରେ ଅମ୍ପାୟରିଂ କରୁଥିବା ପ୍ରଥମ ମହିଳା ହେବେ । ସେ ରବିବାରକୁ ନ୍ୟୁ ସାଉଥ୍ ୱେଲ୍ସ ଓ କ୍ରିକେଟ ଅଷ୍ଟ୍ରେଲିଆ ଏକ୍ସଆଇ ର ମଧ୍ୟରେ ୱାନଡେ ମ୍ୟାଚ ରେ ଅମ୍ପାୟରିଂ ଭାର ସମ୍ଭାଳିବେ । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।

ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ପୋଲୋସେକ୍ ବରିଷ୍ଠ ଅମ୍ପାୟରିଂ ପଲ୍ ୱିଲସନଙ୍କ ସହ ହର୍ଟସଭିଲେ ଓଭାଲ ମୈଦାନରେ ଅମ୍ପାୟରିଂ କରିବେ । ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଶେଲ ଷ୍ଟାର୍କ ମଧ୍ୟ ଖେଳିପାରନ୍ତି ।୨୯ ବର୍ଷୀୟ କ୍ଲେୟର ଚଳିତ ବର୍ଷ ଇଂଲଣ୍ଡରେ ହୋଇଥିବା ମହିଳା କ୍ରିକେଟ କପ୍ ର ୪ଟି ମ୍ୟାଚରେ ମଧ୍ୟ ଅମ୍ପାୟରିଂ କରିସାରିଛନ୍ତି । ସେ କହିଛନ୍ତି , ସବୁବେଳେ ସେ ଅମ୍ପାୟର ହେବାକୁ ସ୍ୱପ୍ନ ଦେଖୁଥିଲେ । ହେଲେ ଖେଳିବାରେ ତାଙ୍କର କୈାଣସି ଇଚ୍ଛା ନାହିଁ । କ୍ଲେୟର ବୁଧବାରକୁ ସିଡନୀରେ ସାମ୍ବାଦିକଙ୍କୁ କହିଛନ୍ତି, ‘ମୁଁ କେବେ କ୍ରିକେଟ ଖେଳିନାହିଁ , ଏହି କଥା କେତେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ । ’ ସେ ଏହା ମଧ୍ୟ କହିଛନ୍ତି ତାଙ୍କର ମାତା-ପିତା ଅମ୍ପାୟରିଂ ପାଇଁ ତାଙ୍କୁ ଉତ୍ସାହିତ କରିଛନ୍ତି ।

ସେ କହିଛନ୍ତି, ‘ମୁଁ ସବୁବେଳେ କ୍ରିକେଟକୁ ଅନୁସରଣ କରୁଥିଲି । ମୋର ମାତା-ପିତା ମୋତେ ପ୍ରୋତ୍ସାହିତ କରୁଥିଲେ । ମୋ ପିତା ମୋତେ ଅମ୍ପାୟରିଂ ର କୋର୍ସ କରିବାଲକୁ ନେଇଯାଉଥିଲେ । ମୋତେ ଟେଷ୍ଟ ପାସ୍ କରିବା ପାଇଁ ଏକରୁ ଅଧିକ ସୁଯୋଗ ନେଇଥିଲି । କିନ୍ତୁ ଏଇ କାମ କରିବାକୁ ମୁଁ ଚାହୁଁଥିଲି । ଆଉ ଏଇଥର ଖୁବ୍ ପରିଶ୍ରମ କରିଛି ।’

ପୋଲୋସେକ୍ ଗତ ୨ ବର୍ଷରୁ କ୍ରିକେଟ ଅଷ୍ଟ୍ରେଲିଆର ଡେଭଲେପମେଣ୍ଟ ଅମ୍ପାୟର ପ୍ୟାନେଲର ସଦସ୍ୟ ଅଛନ୍ତି । ଏହାପୂର୍ବରୁ ସେ ପରୁଷଙ୍କ କ୍ରିକେଟରେ ଥାର୍ଡ ଅମ୍ପାୟର ରହିସାରିଛନ୍ତି ।