ବିହାରର ମଦ ନିର୍ମାତା କଂପାନୀଗୁଡିକୁ ସୁପ୍ରିମ୍ କୋର୍ଟର ବଡ ଝଟକା । ରାଜ୍ୟ ବାହାରକୁ ଆଉ ପଠାଇପାରିବେନି ମଦ୍ୟ ପାନୀୟ । ଆଉ ଏଥିପାଇଁ କଂପାନୀଗୁଡିକୁ ସମୟ ଦିଆଯିବ ନାହିଁ । ନୀତିଶ କୁମାର ସରକାର ଗତ ବର୍ଷ ରାଜ୍ୟରେ ମଦ ବନ୍ଦର ଘୋଷଣା କରିଥିଲେ । ଏହା ପରଠାରୁ ମଦ କଂପାନୀଗୁଡିକୁ ଏହି ବର୍ଷ ଜୁଲାଇ ୩୧ ତାରିଖ ଯାଏ ସମୟ ସୀମା ଦିଆଯାଇଥିଲା । ଯାହାକି ଏହି ଜୁଲାଇ୩୧ ସୁଦ୍ଧା ରାଜ୍ୟ ବାହାରକୁ ମଦ ନେଇପାରିବେ ।
ମଦ ନିର୍ମାତାଙ୍କ ତରଫରୁ ସିନିୟର ଅଧିବକ୍ତା ମିନାକ୍ଷୀ ଅରୋଡା , ମୁଖ୍ୟ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ.କେ ଖାନବିଲକର ଓ ଡି.ୱାଇ ଚନ୍ଦ୍ରଚୁଡଙ୍କ ମିଳିତ ବେଂଚକୁ କହିଛନ୍ତି ବିହାର ସରକାର ମନମାନି ଢଙ୍ଗରେ କୋଟି କୋଟି ଟଙ୍କାର ମଦ ବୋତଲ ନଷ୍ଟ କରିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ହେଲେ ଏହି ବିଷୟରେ ଅବଧି ବଢାଇବାକୁ ନେଇ ମାମଲା କୋର୍ଟରେ ପଡିରହିଛି ।
ବିହାର ସରକାରଙ୍କ ଓକିଲ କେଶବ ମୋହନ ସରକାରଙ୍କ ପଦକ୍ଷେପକୁ ରକ୍ଷା କରିବାକୁ ଯାଇ ପ୍ରତିକ୍ରିୟାରେ କହିଛନ୍ତି, ସୁପ୍ରିମ କୋର୍ଟ କଂପାନୀଗୁଡିକୁ ସେମାନଙ୍କର ଷ୍ଟକ୍ ହଟାଇବାକୁ ପ୍ରଚୁର ସମୟ ଦେଇଛନ୍ତି । କିନ୍ତୁ ମଦ କଂପାନୀମାନେ ଜାଣିଶୁଣି ଏ ମାମଲାକୁ ବିଳମ୍ବ କରିଛନ୍ତି । ’ କେଶବ ମୋହନ କୋର୍ଟକୁ କହିଛନ୍ତି , ସୁପ୍ରିମ୍ କୋର୍ଟ ଶେଷଥର ପାଇଁ ରାଜ୍ୟରୁ ମଦ ହଟାଇବାର ତାରିଖକୁ ୩୧ ଜୁଲାଇ ଯାଏ ବଢାଇଥିଲେ ଏବଂ ଏହା ପରେ କୋର୍ଟ କୈାଣସି ଆଦେଶ ପାସ୍ କରିନଥିଲେ ।’
ମିଳିତ ବେଂଚ ମୋହନଙ୍କୁ କହିଛନ୍ତି ସେ ସରକାର ଉପରେ ଲଗାଇଥିବା ଆରୋପ ଉପରେ ସରକାରଙ୍କ ତରଫରୁ କୋର୍ଟରେ ଆଫିଡେଭିଟି ଦିଆଯାଇଛି । ଏହା ସହ କୋର୍ଟ ସ୍ପଷ୍ଟ କରି କହିଛନ୍ତି ମଦ ନିର୍ମାତା କଂପାନୀମାନଙ୍କ ତରଫରୁ ସମୟସୀମା ବଢାଇବାକୁ ନେଇ ଥିବା ପିଟିସନକୁ ଖାରଜ କରିଦେଇଛନ୍ତି । ମିଳିଥିବା ଖବର ଅନୁସାରେ , ବିହାର ସରକାର ଏବେସୁଦ୍ଧା ପାଖାପାଖି ୨ଶହ କୋଟି ଟଙ୍କାର ମଦ ବୋତଲ ନଷ୍ଟ କରିଦେଇଛନ୍ତି ।
(ସୌଜନ୍ୟ-ନବଭାରତ ଟାଇମ୍ସ)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/supreme-court-3.jpg)