ପୁଲିସ୍ ଖୋଜିବ ଦୁଷ୍କର୍ମ ପୀଡିତାଙ୍କୁ ! ବମ୍ବେ ହାଇକୋର୍ଟର ଚର୍ଚ୍ଚିତ ଆଦେଶ

24

ବମ୍ବେ ହାଇକୋର୍ଟ ପୁଣେ ପୁଲିସଙ୍କୁ ଦେଇଛନ୍ତି ଏକ ଚର୍ଚ୍ଚିତ ଆଦେଶ । ଯାହାକୁ ନେଇ ଏବେ ଚାରିଆଡେ ଆଲୋଚନା । ଦୁଷ୍କର୍ମର ଶିକାର ଓ ଜୋରଜବରଦସ୍ତ ବେଶ୍ୟା ବୃତ୍ତି କରୁଥିବା ଦିଲ୍ଲୀର ୨୪ ବର୍ଷିୟା ମଡେଲ୍ ଓ ୧୬ ବର୍ଷିୟା ନେପାଳୀ ଯୁବତୀଙ୍କୁ ଖୋଜିବା ପାଇଁ ହାଇକୋର୍ଟ ଦେଇଛନ୍ତି ଆଦେଶ । ଏହି ନେପାଳୀ ଯୁବତୀ ୧ଶହରୁ ଅଧିକ ପୁରୁଷଙ୍କୁ ଦୁଷ୍କର୍ମ କରିବାର ଆରୋପ ଲଗେଇଛନ୍ତି ।

ଜଷ୍ଟିସ୍ ରଣଜିତ୍ ମୋରେ ଓ ରେବତୀ ଦେରେଙ୍କ ମିଳିତ ବୈଠକ କହିଛି , “ ଏହି ଆରୋପ ଖୁବ୍ ଗମ୍ଭୀର ଅଟେ ଏବଂ ଏହାକୁ ନେଇ ଆମେ ଚିନ୍ତିତ । ସେମାନଙ୍କୁ ଖୋଜିବା ଖୁବ୍ ଜରୁରୀ ” । ଏହି ଦୁଇ ପୀଡିତାଙ୍କର ୬ ମାସ ହେଲା ପତ୍ତା ମିଳିନାହିଁ । ପୀଡିତାଙ୍କ ଆରୋପରେ ବହୁତ ପ୍ରଭାବଶାଳୀ ବ୍ୟକ୍ତି ଓ ପୁଲିସ କର୍ମୀ ସଂପୃକ୍ତ । ଏଣୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାର ଓକିଲ ଆଶଙ୍କା କରିଛନ୍ତି ।