ହିମାଚଳ –ଗୁଜୁରାଟ ନିର୍ବାଚନ ଚିନ୍ତା : ଜିଏସଟିକୁ ନେଇ ବ୍ୟବସାୟୀଙ୍କ ସମସ୍ୟା ବୁଝିବେ ମନ୍ତ୍ରୀ ଓ ସାଂସଦ

29

ହିମାଚଳ ପ୍ରଦେଶ ଓ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ଏଥିପାଇଁ ବିଜେପିର ତମାନ ନେତା ଲାଗିପଡିଛନ୍ତି । ଜିଏସଟି ଯୋଗୁ ବ୍ୟବସାୟୀଙ୍କ ଅସୁବିଧାକୁ ନେଇ ବିଜେପି ନେତୃତ ଚିନ୍ତିତ ଅଛନ୍ତି । ବ୍ୟବସାୟୀଙ୍କ ହଇରାଣ ହରକତ ଯୋଗୁ ହିମାଚଳ ପ୍ରଦେଶ ଓ ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପରି ଯେପରି କୌଣସି କ୍ଷତି ନହୁଏ,ସେଥିପାଇଁ ସମସ୍ତ ଅସୁବିଧାକୁ ଦୂର କରିବା ପାଇଁ ବିଜେପି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି ।

ଜିଏସଟି ସମ୍ପର୍କିତ ଅସୁବିଧା ନେଇ ବ୍ୟବସାୟୀଙ୍କ ସହ ଆଲୋଚନା କରିବା ପରେ ରିପୋର୍ଟ ପ୍ରସ୍ତୁତ କରି ଅର୍ଥ ମନ୍ତ୍ରାଳୟକୁ ପ୍ରଦାନ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ସହ ବିଜେପିର ସମସ୍ତ ସାଂସଦଙ୍କୁ ନର୍ଦେଶ ଦିଆଯାଇଛି । ଏହି ରିପୋର୍ଟ ଆଧାରରେ ଅର୍ଥ ମନ୍ତ୍ରାଳୟ ତୁରନ୍ତ ପଦକ୍ଷେପ ନେବ । ତା ସହ ବ୍ୟବସାୟୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅସୁବିଧାକୁ ଦୂର କରାଯିବ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି, ଖୁବ ଶୀଘ୍ର କାମ ଆରମ୍ଭ ହେବ ।

କେନ୍ଦ୍ର ସରକାରଙ୍କ କିଛି ବରିଷ୍ଠ ମନ୍ତ୍ରୀ ଓ ବରିଷ୍ଠ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ କହିଛନ୍ତି ବିମୁଦ୍ରାକରଣ ପରେ ଯେପରି ଜିଏସଟିକୁ ଲାଗୁ କରାଗଲା ଏହାଦ୍ୱାରା ବ୍ୟବସାୟୀମାନେ ପ୍ରଭାବିତ ହୋଇଛନ୍ତି । ବିଶେଷକରି ଛୋଟ ଓ ମଧ୍ୟମ ଧରଣର ବ୍ୟବସାୟୀମାନେ ରିର୍ଟର୍ଣ୍ଣ ଫାଇଲ ଓ ସାମଗ୍ରୀ କିଣାବିକା ଉପରେ କି ପ୍ରକାର ଅସୁବିଧା ସାମନା କରିବାକୁ ପଡୁଛନ୍ତି ଜାଣିବାକୁ ପଡିବ । ଏଥିପାଇଁ ବ୍ୟବସାୟୀଙ୍କ ନିକଟକୁ ଯାଇ କଥାବାର୍ତା କରିବାକୁ ହେବ । ବ୍ୟବସାୟୀଙ୍କୁ ବୁଝାଇ ନପାରିଲେ ନିର୍ବାଚନ ରଣାଙ୍ଗନରେ ଦଳକୁ କ୍ଷତି ସହିବାକୁ ପଡିପାରେ । ସେପଟେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେତେ ଲୋକ ଜିଏସଟି ପଂଜୀକରଣ କରିଛନ୍ତି ସେଥିମଧ୍ୟରୁ ୬୦ ପ୍ରତିଶତ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ ।

କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଓ ସାଂସଦଙ୍କୁ କୁହାଯାଇଛି କି ବ୍ୟବସାୟୀଙ୍କୁ ନିକଟକୁ ଯାଇ ନିୟମିତସେମାନଙ୍କ ସମସ୍ୟା ବୁଝିବେ ଓ ବୈଠକ କରିବେ । ଅର୍ଥ ମନ୍ତ୍ରାଳୟ ସହ ଜଡିତ ଅନ୍ୟ ବିଭାଗର କିଛି ମନ୍ତ୍ରୀଙ୍କୁ ମଧ୍ୟ ଏ ନେଇ ନିର୍ଦେଶ ମିଳିସାରିଛି । ବ୍ୟବସାୟୀଙ୍କ ନିକଟକୁ ଯାଇ ଜିଏସଟି ସମ୍ପର୍କିତ ସମସ୍ୟା ବୁଝିବେ । କଣ କଣ ସମସ୍ୟାର ସାମନା କରିବାକୁ ପଡୁଛି ସେନେଇ ବୁଝିବେ । ଅର୍ଥ ମନ୍ତ୍ରାଳୟ ସୂଚନା ଅନୁସାରେ ଯେଉଁ ରାଜ୍ୟରେ ବିଜେପି ସରକାରରେ ଅଛି ,ସେଠାରେ ମଧ୍ୟ ଜିଏସଟି ସମ୍ପର୍କିତ ଅସୁବିଧା ନେଇ ବ୍ୟବସାୟୀଙ୍କ ସହ ଆଲୋଚନା କରିବେ । ଯଦି ରାଜ୍ୟସ୍ତରରେ ସମାଧାନ ହୋଇପାରିବେ ତାହେଲେ ସମାଧାନ କରିବେ ନହେଲେ ବ୍ୟବସାୟୀଙ୍କ ସହ ଆଲୋଚନା କରି ରିପୋର୍ଟ କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ପଠାଇବେ । ଏହି ରିପୋର୍ଟକୁ ଭିତି କରି ସମସ୍ୟା ସମାଧାନ ଉପରେ ପ୍ରାଧାନ୍ୟ ଦିଆଯିବ ।