କୋଟିପତି ସେଲୁନବାଲା ! ୩.୨ କୋଟି ଟଙ୍କାର କାର୍ କିଣି ଚର୍ଚ୍ଚାରେ

65

ramesh babuବେଙ୍ଗାଲୁରର ରମେଶ ବାବୁ । ଜଣେ କୋଟିପତି ସେଲୁନବାଲା ଭାବେ ଏବେ ଖୁବ୍ ଚର୍ଚ୍ଚାରେ । ସେଲୁନ୍ ବ୍ୟବସାୟକୁ ନେଇ ସେ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ୩.୨ କୋଟି ଟଙ୍କାର ମର୍ସିଡେଜ-ମେବାଚ୍ ଏସ୍ ସିକ୍ସହଣ୍ଡ୍ରେଡ୍ କାର୍ର ମାଲିକାନାକୁ ନେଇ । ଏହି ଗାଡିର ମାର୍କେଟ ପ୍ରାଇସ୍ ୨.୬କୋଟି ଥିବା ବେଳେ ରମେଶ ବାବୁ ଏହାକୁ କିଣିଛନ୍ତି ୩.୨ କୋଟି ଟଙ୍କାରେ । ପୂର୍ବରୁ କିଛି କୋଟିପତି ଏହି କାର କିଣି ଚର୍ଚ୍ଚାକୁ ଆସିନ ଥିବା ବେଳେ ରମେଶ ବାବୁ କିନ୍ତୁ ଆସିଯାଇଛନ୍ତି ଚର୍ଚ୍ଚାକୁ ।

କୋଟିପତି ବିଜୟ ମଲ୍ୟା ଓ ବେଙ୍ଗାଲୁରର ଜଣେ କୋଟିପତି ବିଲଡରଙ୍କ ପରେ ରମେଶ ହେଉଛନ୍ତି ବେଙ୍ଗାଲୁର ସହରର ତୃତୀୟ ବ୍ୟକ୍ତି ଯିଏ ୩.୨ କୋଟି ଟଙ୍କା ମୂଲ୍ୟ କାରର ମାଲିକ । ଯେ ପେଶାରେ ଜଣେ ସେଲୁନବାଲା । ଖାଲି ସେଲୁନ୍ ନୁହେଁ । ରମେଶ ଟୁର୍ ଆଣ୍ଡ ଟ୍ରଭେଲ୍ସର ମାଲିକ ହେଉଛନ୍ତି ରମେଶ ବାବୁ । ରମେଶ ବାବୁ ବେଙ୍ଗାଲୁରୁରେ ସେଲୁନ ଚଳାଇବା ସହ କାର୍ ଭଡ଼ାରେ ଦେବା ବ୍ୟବସାୟ ମଧ୍ୟ କରନ୍ତି । ରମେଶଙ୍କ ନିକଟରେ ଗୋଟିଏ ରୋଲ୍ସ ରୋଏସ୍ ଘୋଷ୍ଟ, ୧୧ଟି ମର୍ସିଡେଜ୍, ୧୦ଟି ବିଏମଡ୍ଲ୍ୟୁ, ତିନିଟି ଅଡ଼ି ଏବଂ ଦୁଇଟି ଜାଗୁଆର କାର୍ ରହିଛି । ସେ ଏହି ସବୁ ଦାମୀ କାରକୁ ଭଡ଼ାସୂତ୍ରରେ ଦେଇଥାନ୍ତି ।

ଦୀର୍ଘ ୩୦ବର୍ଷ ଧରି ସେଲୁନ ବ୍ୟବସାୟ କରୁଥିବା ରମେଶ ପ୍ରତିଦିନ ଦାମୀ କାର୍ ଚଳାଇ ସେଲୁନକୁ ଯାଆନ୍ତି । ତାଙ୍କ ସେଲୁନକୁ ବହୁ ଧନୀ ଲୋକ ଆସୁଥିବାରୁ ସେମାନଙ୍କୁ ଦାମୀ କାର୍ ଭଡ଼ାସୂତ୍ରରେ ଯୋଗାଇ ଦେବାକୁ ସେ ଟ୍ରାଭେଲ୍ ବ୍ୟବସାୟ ମଧ୍ୟ କରୁଛନ୍ତି । ଗତମାସରେ ସେ ମର୍ସିଡେଜ୍-ମେବାଚ୍ କିଣିଛନ୍ତି । ନିଜ ପ୍ରତିକ୍ରିୟାରେ ରମେଶ ବାବୁ କହିଛନ୍ତି ଭଗବାନ ତାଙ୍କ ପ୍ରତି ବେଶ୍ ଦୟାଶୀଳ । ଦୁନିଆରେ ଥିବା ସବୁ ବିଳାସପୂର୍ଣ୍ଣ କାର୍ କିଣିବା ତାଙ୍କ ସ୍ୱପ୍ନ ଥିଲା ଓ ଧୀରେ ଧୀରେ ଏହା ପୂରଣ ହେଉଥିବାରୁ ସେ ବେଶ୍ ଖୁସି । ତେବେ କୌଣସି ପରିସ୍ଥିତିରେ ସେ ସେଲୁନ ବ୍ୟବସାୟ ଛାଡ଼ିବେ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

ଏହାସହ ମଧ୍ୟ ପଢନ୍ତୁ – ଫାଷ୍ଟଫୁଡ ଖାଦ୍ୟରେ ଝିଟିପିଟି ! ଆଉଟଲେଟ ମ୍ୟାନେଜରଙ୍କ ନାଁରେ ଏତଲା