ସାବଧାନ ! ମ୍ୟାଜିକ୍ ପେନ୍ ଦ୍ୱାରା ଲୋକଙ୍କୁ ଠକିବାକୁ କରାଯାଉଛି ପ୍ରୟାସ , ଏଥିରୁ ଦୂରେଇ ରୁହନ୍ତୁ

30

ଆଜିକାଲି ଦୁନିଆ ଏମିତି ହୋଇଗଲାଣି ସମସ୍ତେ ଅର୍ଥ ଓ ସ୍ୱାର୍ଥ ପାଇଁ ଭୁଲି ଯାଉଛନ୍ତି ମାନବିକତା । ଆଉ କିଛି ଲୋକ ଅଛନ୍ତି ଅନ୍ୟମାନଙ୍କୁ ଠକି , ରାତାରାତି ବଡଲୋକ ହେବାର ଚେଷ୍ଟାରେ ଆଗେଇ ଚାଲିଛନ୍ତି । ଲୋକଙ୍କୁ ଠକିବା ପାଇଁ ଠକମାନଙ୍କର ସଂଖ୍ୟା ବଢିବାରେ ଲାଗିଛି । ସେମାନେ ଗୋଟିଏ ପରେ ଗୋଟିଏ ହାଇଟେକ୍ ତରିକା ଆପଣେଉଛନ୍ତି । ଅନଲାଇନ୍ ଟ୍ରାଜାକ୍ସନରେ ତ ଖୁବ୍ ସାବଧାନ ରହିବା ଜରୁରୀ । କାରଣ ଏଥିରେ ଏବେ ବେଶୀ ମାତ୍ରାରେ ଠକାମୀର ଶୀକାର ହେବାର ବାଟ ରହିଛି । କିନ୍ତୁ ଆପଣ ଯଦି ଆପଣ କାହାକୁ ଚେକ୍ ରେ କିଛି ଅର୍ଥ ଦେଉଛନ୍ତି ତ ସେତେବେଳେ ବି ସତର୍କତା ଅବଲମ୍ବନ କରିବା ଉଚିତ୍ । କାରଣ ଆପଣଙ୍କର ଟିକିଏ ବି ଅବହେଳାରେ ଅନେକ ସମସ୍ୟାରେ ପଡିପାରନ୍ତି । ଆଉ ପୁରା କାଙ୍ଗାଳ ହୋଇପାରନ୍ତି । ନିଜକୁ ବ୍ୟାଙ୍କ ବା ବୀମା କଂପାନୀର କର୍ମଚାରୀ କହୁଥିବା କୌଣସି ଅଜଣା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ । ତାଙ୍କର ପରିଚୟ ପୁରା ପାଇବାକୁ ଚେଷ୍ଟା କରନ୍ତୁ ।

କେମିତି ହୁଏ ମ୍ୟାଜିକ୍ ମେନ୍ ରେ ଠକେଇ ?
ଏବେ ଠକ ବା ଖଳ ବ୍ୟକ୍ତିମାନେ ଲୋକଙ୍କୁ ଠକିବା ପାଇଁ ନୂଆ ତରିକା ଆପଣେଇଛନ୍ତି । ମ୍ୟାଜିକ୍ ପେନ ଜରିଆରେ ଏହି କାମ କାରୁଛନ୍ତି ଠକମାନେ । ଏହି ଠକ ସଂସ୍ଥାର ସଦସ୍ୟ ଲୋକଙ୍କ ଆକର୍ଷକ ବୀମା ପଲିସ୍ ବା ବ୍ୟାଙ୍କର ସର୍ଭିସ୍ ଦେଇ ଲୋକଙ୍କ ଠକିବାର ବାଟ ତିଆରି କରନ୍ତି । ଏମିତି ଅନେକ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ଏମିତି ଏକ ମାମଲା ୟୁପିର ମେରଠର ଅଟେ । ଯେଉଁଠି ଠକଦଳ ଜଣେ ମହିଳା ପ୍ରଫେସରଙ୍କର ଫିକ୍ସଡ ଡିପୋଜିଟ୍ ନାମରେ ଚେକ୍ ମାଗିଲେ ଓ ତାଙ୍କା ଖାତାରୁ ସବୁ ଟଙ୍କା ନେଇଯାଇଥିଲେ ।

ଏହି ଦଳର ସଦସ୍ୟ ନିଜକୁ ବ୍ୟାଙ୍କ୍ କର୍ମଚାରୀ ବା ବୀମା କଂପାନୀର ଏଜେଂଟ କହି ଲୋକଙ୍କ ସହ ସଂପର୍କ ସ୍ଥାପନ କରନ୍ତି । ସେମାନଙ୍କ ପାଖରେ ନକଲି ପରିଚୟ ପତ୍ର ମଧ୍ୟ ଥାଏ । ମେରଠର ଘଟଣା ରେ ଠକମାନେ ମହିଳା ପ୍ରଫେସରଙ୍କୁ ନିଜର ବିଜନେସ୍ କାର୍ଡ ଦେଖାଇଥିଲେ । ଏବଂ ଟାର୍ଗେଟ ପୁରା କରିବାର ସମୟ ଦେଇ ବ୍ୟାଙ୍କ ଆକାଉଂଟ ଖୋଲିବା ଓ ଫିକ୍ସଡ୍ ଡିପୋଜିଟ୍ କରିବାକୁ ଅନୁରୋଧ କରିଥିଲେ । ଏହା ଠକ ଲୋକଙ୍କୁ ଆକର୍ଷକ ବୀମା ଯୋଜମା ଓ ବୀମା ପଲିସ୍ ବିଷୟରେ କହିଥାନ୍ତି । ଏବଂ ତାଙ୍କୁ ଏଥିପାଇଁ କୌଶଳ କ୍ରମେ ରାଜି କରାଇଥାନ୍ତି । ଥରେ ଯଦି କୌଣସି ଲୋକ ସେମାନଙ୍କ କଥାରେ ରାଜିହୋଇଯା’ନ୍ତି ,ସେମାନଙ୍କ ଠାରୁ ବୀମା କଂପାନୀର ଫେବରରେ ଚେକ୍ ନେଇଥାନ୍ତି । କୌଣସି ବ୍ୟାଙ୍କ ବା ବୀମା କଂପାନୀର ଫେବରରେ ଆକାଉଂଟପେଡ୍ ଚେକ୍ ଦେବାରେ କୌଣସି ଠକାମୀ ହୋଇପାରିନଥାଏ , ଏଥିପାଇଁ ଲୋକେ ମଧ୍ୟ ସହଜରେ ସେମାନଙ୍କୁ ନିର୍ଦ୍ଧାରିତ ରକମର ଅର୍ଥ ଭରି ଚେକ୍ ଦେଇଥାନ୍ତି । କିନ୍ତୁ ଅସଲ ଖେଳ ଏହିଠାରେ ହୋଇଥାଏ । ଠକମାନେ ମ୍ୟାଜିକ୍ ପେନ୍ ଦ୍ୱାରା ଚେକ୍ ଭରି ଦସ୍ତଖତ ସହ ସବୁ ବିବରଣୀ ପୂରଣ କରିଥାନ୍ତି । ପରେ ସେମାନେ ଯେଉଁ ବ୍ୟାଙ୍କ ବା ବୀମା କଂପାନୀ ନାଁରେ ଚେକ୍ ପୂରଣ ହୋଇଛି ତାକୁ ଲିଭାଇ ସେଠାରେ ନିଜର ନାଁ ( ନକଲି ଖାତା ଚଳେଇବାକୁ ନକଲି ନାଁ ) ଲେଖିଥାନ୍ତି ଏବଂ ଆକାଉଣ୍ଟରୁ ଅର୍ଥ କାଢି ନେଇଥାନ୍ତି ।

କେମିତି ରହିବେ ସାବଧାନ ?
ସବୁଠୁ ପ୍ରଥମେ ନିଜକୁ ବ୍ୟାଙ୍କ ବା ବୀମା କଂପାନୀର କର୍ମଚାରୀ କହୁଥିବା ଅଜଣା ଲୋକଙ୍କ ଠାରୁ ସାବଧାନ ରୁହନ୍ତୁ । ତାଙ୍କର ସଂପୂର୍ଣ୍ଣ ରୂପେ ପରିଚୟ ଜାଣିବା ପରେ ଯାହା କଥାବାର୍ତ୍ତା କରନ୍ତୁ । ସବୁଠୁ ଅଧିକ ସାବଧାନ ଚେକ୍ ପୂରଣ ବେଳେ । ଯଦି ଚେକ୍ ଦେଉଛନ୍ତି ତ ଏଜେଣ୍ଟକୁ ତାଙ୍କର ପେନ୍ ବ୍ୟବହାର ନକରି ନିଜ ପେନ ରେ ଲେଖିବାକୁ କୁହନ୍ତୁ ।
(ସୌଜନ୍ୟ-ନବଭାରତ ଟାଇମ୍ସ)