ଲୋକଙ୍କ ଅଙ୍ଗରୁ ତିଆରି ହୁଏ ଔଷଧ ! ଅନ୍ଧବିଶ୍ୱାସର ଆଳରେ ଲୋକଙ୍କୁ ମାରିଦିଆଯାଏ

79

diseaseଦୁନିଆ ଯେତେ ଆଗେଇଲେ ବି ଏମିତି କିଛି ମଣିଷ ଆଜି ବି ଅଛନ୍ତି ଯାହାଙ୍କ ମନରୁ ଅନ୍ଧବିଶ୍ୱାସର ଦାଗ ଲିଭିନାହିଁ । ଲୋକେ ଅନ୍ଧ ବିଶ୍ୱାସର ଆଳରେ ଅଜବ କାମ ସବୁ କରିଥାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲୋକେ ମଣିଷକୁ ମାରି , ଲକ୍ଷ ଲକ୍ଷ ଟଙ୍କାରେ ଅଙ୍ଗ ଗୁଡିକୁ ବିକ୍ରି କରିଥାନ୍ତି । ଆଉ ଏଥିରେ ତିଆରି ହୁଏ ଔଷଧ ।

ଦୈନିକ ଜାଗରଣରେ ପ୍ରକାଶିତ ଖବର ଅନୁସାରେ , ଆଫ୍ରିକା ଦେଶରେ ଅନ୍ଧବିଶ୍ୱାସ ନାଁରେ ଲୋକଙ୍କୁ ମାରି ଦିଆଯାଉଛି । ଏଲବିନୋ ନାମକ ଏକ ରୋଗରେ ପୀଡିତ ଲୋକଙ୍କୁ ମାରି ଅଙ୍ଗଗୁଡିକୁ ବିକ୍ରି କରିଦିଆଯାଏ । ଏଠାର ଲୋକଙ୍କ ବିଶ୍ୱାସ ଯେ ଏହି ରୋଗରେ ପୀଡିତ ଲୋକଙ୍କ ଶରୀରରେ ଏକ ଅଦଭୂତ ତତ୍ତ୍ୱର ବିକଶିତ ହୋଇଥାଏ ,ଯାହା ଅନେକ ରୋଗକୁ ଭଲକରିଦିଏ । ଏମିତି ରୋଗରେ ଆକ୍ରାନ୍ତ ଲୋକଙ୍କୁ ଅପହରଣ କରିନିଆଯାଏ । ଆଉ ସେମାନଙ୍କୁ ମାରି ଅଙ୍ଗକୁ ବିକି ଦିଆଯାଏ । ଏଥିରେ ତିଆରି ହେଉଥିବା ଔଷଧକୁ ଧନୀ ଲୋକେ ଅଧିକା ଦାମରେ କିଣିଥାନ୍ତି ।

ଏଲବିନୋ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଦେହରୁ ମେଲାନିନ କମ୍ ହୋଇଯାଏ । କ୍ୟାନସରର ସମ୍ଭାବନା ବଢିଯାଏ ଏବଂ ପୀଡିତ ବ୍ୟକ୍ତିର ଆୟୁ କମିଯାଏ ।

ଏହାସହ ମଧ୍ୟ ପଢନ୍ତୁ – ଲମ୍ବା କେଶକୁ ନେଇ ମହିଳାଙ୍କ ବିଶ୍ୱ ରେକର୍ଡ ! ୫୫ଫୁଟର ଲମ୍ବା କେଶର ଓଜନ୨୦ କିଲୋଗ୍ରାମ୍