ଏକ ଭିଡିଓକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ପେରୁର ପୁଂଟା ହେରମୋସାର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଖୁବ୍ ଜୋରରେ ବହୁଥିବା କାଦୁଅ ସୁଅରେ ଜଣେ ମହିଳା ଜୀବନ ବଂଚାଇବାକୁ ଚେଷ୍ଟା କରୁଛନ୍ତି । ଏହି କାଦୁଅରେ ସେ ଯେମିତି ଏକ ରାକ୍ଷସ ଭଳି ମଧ୍ୟ ଲାଗୁଛନ୍ତି । ଆଉ ଏହାକୁ ନେଇ ଚାରିଆଡେ ଖୁବ୍ ଚର୍ଚ୍ଚା ।
କାଦୁଅ ସୁଅରେ ଫସି ଯାଇଥିବା ମହିଳାକୁ ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାହାରକୁ ଆଣିଥିଲେ । ସୂଚନା ଅନୁସାରେ ପେରୁରେ ଖୁବ୍ ବର୍ଷା ଓ ଭୂସ୍ଖଳନ ଫଳରେ ଅନେକ ଘର ଭାଂଗି ଯାଇଛି ଓ ବହୁତ ଲୋକେ ଧନଜୀବନ ହରାଇ ବାସହରା ହୋଇଛନ୍ତି । ଆଉ ଏହି ବର୍ଷା ଓ କାଦୁଅ ସୁଅରେ ଏହି ମହିଳା ଭାସି ଯାଉଥିବା ବେଳେ ଲୋକଙ୍କ ଦ୍ୱାରା ବଂଚିଯାଇଛି ଜୀବନ ।
ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/women-1.jpg)