ସୁନା ଟଙ୍କା ଆଶାରେ ଗାଁ ସାରା ମାଟି ଖୋଳିଲେ ଲୋକେ : ମିଳିଲାନି ସୁନା ଟଙ୍କା

135

6ରାଜସ୍ଥାନ ସ୍ଥିତ ଟୋଙ୍କ ଜିଲ୍ଲାର ଏକ ଗାଁରେ ଏବେ ଅଦ୍ଭୂତ ଘଟଣା ଦେଖିବାପାଇଁ ମିଳିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଇ ଗାଁର ସବୁ ଲୋକ ମାଟି ଖୋଳିବାରେ ଲାଗିଛନ୍ତି । ପ୍ରାଚୀନ ସୁନା ଟଙ୍କା ମିଳିବା ଆଶାରେ ଗାଁ ଲୋକେ ଏମିତି କରୁଥିବା ଜଣାପଡିଛି । କେବଳ ଯେ ଗାଁର ଲୋକ ତା ନୁହଁ ଆଖପାଖ ଗାଁର ଲୋକମାନେ ମଧ୍ୟ ସୁନା ଟଙ୍କା ପାଇବା ଆଶାରେ ଏଇ ଗାଁରେ ପହଂଚିଛନ୍ତି ।

ଘଟଣାଟି ଘଟିଛି ମାନପୁର ଉପଖଂଡର ଜାନକୀପୁରା ଗାଁରେ । ସଂପୃକ୍ତ ଗାଁର ଏକ ଛୋଟ ପୋଖରୀ ପାଖରେ ରାତିରେ ମଧ୍ୟ ଟର୍ଚ୍ଚ ଆଲୋକରେ ଲୋକେ ମାଟି ଖୋଳିବାର ଦେଖାଦେଇଛି । ଏତେ ଖୋଳାଖୋଳି ପରେ ମଧ୍ୟ ସୁନାଟଙ୍କା କାହାକୁ ମିଳିପାରି ନାହିଁ ବୋଲି ଜଣାପଡିଛି । କିନ୍ତୁ ଗାଁ ଟି ଏବେ ଖଣ୍ଡ ଖଣ୍ଡ ଗର୍ତରେ ପରିଣତ ହୋଇଯାଇଛି । ପ୍ରାଚୀନ ସୁନା ଟଙ୍କା ପାଇବା ଆଶାରେ ଗାଁର ସୈାନ୍ଦର୍ଯ୍ୟ ନଷ୍ଟ କରିଦେଇଛନ୍ତି ଗାଁ ଲୋକେ ।

7ଜାନକୀପୁରା ଗାଁରେ ସୁନାଟଙ୍କା ମିଳିବା ବିଷୟ ଚର୍ଚ୍ଚା ହୋଇଥିଲା ପ୍ରଥମେ ସୋସିଆଲ ମିଡିଆରେ । କିଛି ଯୁବକ ହାତରେ ସୁନାଟଙ୍କା ଧରିଥିବାର ଏକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ଏବଂ ଏହା ସହ କଥା ପ୍ରଘଟ ହେଲା ଯେ ସେମାନେ ୭୫ ରୁ ୧୦୦ ଟି ସୁନାଟଙ୍କା ପାଇଛନ୍ତି । ଅପଲୋଡ ହେବାର କିଛି ସମୟ ପରେ ହିଁ ଫଟୋଟି ଭାଇରାଲ ହୋଇଯାଇଥିଲା । ଏକଥା ଶୁଣି ଗାଁର ପୁରୁଷ , ମହିଳା ଏପରିକି ଛୋଟ ଛୁଆମାନେ ମଧ୍ୟ ମାଟି ଖୋଳିବାରେ ଲାଗିଯାଇଥିଲେ । ଦେଖୁ ଦେଖୁ ସେଠାରେ ମେଳା ପରି ଲୋକ ରୁଣ୍ଡ ହେବାକୁ ଲାଗିଥିଲେ ।

ଜାନକୀପୁରା  ଗାଁରେ ଲୋକେ ପରିବାର ଧରି ଛୋଟ ପିଲା . ମହିଳା ଓ ବୃଦ୍ଧ ସମସ୍ତେ ମିଶି ମାଟି ଖୋଳିବାରେ ଲାଗିଛନ୍ତି । ଭୋକଶୋଷ ବି ଲୋକେ ଭୁଲି ଯାଇଛନ୍ତି ସୁନା ଟଙ୍କା ପାଇବା ଆଶାରେ । କିଏ କହୁଛି ତାକୁ ଟଙ୍କା ମିଳିଛି , ପୁଣି କିଏ କହୁଛି ଦୁଇ ଦିନ ଧରି ଖୋଳି ଚାଲିଛୁ କିଛି ମିଳୁନି । ଏଭଳି ବିଶ୍ୱାସ ଅବିଶ୍ୱାସ ଭିତରେ ତଥାପି ଲୋକେ ସୁନା ଟଙ୍କା ଖୋଜିବାରେ ବିରତ ହୋଇନାହାଁନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ –

 

ଏହାସହ ଦେଖନ୍ତୁ –ଅନ୍ଧବିଶ୍ୱାସର ଏକ ଜ୍ୱଳନ୍ତ ଉଦାହରଣ : ଗୁଣିଆର ତନ୍ତ୍ରବିଦ୍ୟାରେ ମୃତ ଶବକୁ ବଂଚାଇବାର ପ୍ରୟାସ