ଅଜବ ପ୍ରେମିକଙ୍କ ଗଜବ ପ୍ରେମ : ଫୁଲ ନୁହେଁ ଟଙ୍କାର ଫୁଲତୋଡାରେ କହିଲେ ହୃଦୟ କଥା

158

giftପ୍ରେମ ପାଇଁ କିଏ କେତେ କଣ କରିବାର ଅନେକ ନଜିର ରହିଛି । ନିଜ ମନ ପସନ୍ଦର ଝିଅକୁ ମନର କଥା କହିବାକୁ ପ୍ରେମିକଟିଏ କେତେ କଣ ତରିକା ଆପଣେଇ ଥାଏ । ମନରେ ଥାଏ ଅନେକ ଆଶଙ୍କା ଓ ଭୟ । କାଳେ ପ୍ରେମିକାଟି ମନାକରିଦେବ । ଏମିତି ଏକ ପ୍ରେମ ପ୍ରପୋଜକୁ ନେଇ ଏବେ ଚର୍ଚ୍ଚା । ଫୁଲ ନୁହେଁ ୯୭ ହଜାର ଟଙ୍କାରେ ତିଆରି ଫୁଲତୋଡା ଦେଇ ଯୁବକଟି ପ୍ରପୋଜ କରିଛନ୍ତି ନିଜ ପସନ୍ଦର ଜଣେ ଝିଅକୁ ।

ପ୍ରକାଶିତ ସୂଚନା ଅନୁସାରେ , ଚୀନର ଚାଙ୍ଗଚୁଙ୍ଗ ସହରରେ ରହୁଥିବା ଜଣେ ଯୁବକ ନିଜ ନୋଟରେ ତିଆରି ତୋଡା ନେଇ ପ୍ରେମ କରୁଥିବା ଯୁବତୀଙ୍କ ପାଖକୁ ଯାଇଥିଲେ ଏବଂ ସେହି ଟଙ୍କାର ତୋଡା ଦେଇ ନିଜ ପ୍ରେମକୁ ଜଣାଇଥିଲେ । ଆଉ ଏମିତି ଏକ ତରିକାରେ କୈାଣସି ଯୁବକ ପ୍ରପୋଜ କରିବ କେବେ ସେ ଯୁବତୀ ଭାବି ନଥିଲେ । ଯୁବକଙ୍କୁ ମନା କରିନପାରି ଗ୍ରହଣ କରିଥିଲେ ଉପହାରକୁ । ପୁରା ତୋଡାରେ ୧୦୦-୧୦୦ର ଚୀନ ୟୁଆନ୍ ସଜ୍ଜିତ ହୋଇଥିଲା । ଭାରତୀୟ ଟଙ୍କା ଅନୁସାରେ ଏହାର ମୂଲ୍ୟ ୯୭ହଜାର ଟଙ୍କା ହେବ ।

ନିଜ ପ୍ରେମିକାକୁ ଇମ୍ପ୍ରେସ୍ କରିବା ପାଇଁ ଯୁବକଙ୍କର ଏପରି ଅଭିନବ ପ୍ରୟାସକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ।