ଭିନ୍ନ ଏକ ପରମ୍ପରା : ଛେପ ପକାଇ ଅତିଥିଙ୍କୁ ସ୍ୱାଗତ କରନ୍ତି ଲୋକେ

44

ଘରକୁ ଅତିଥି ଆସିଲେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥାଏ । ସେମାନଙ୍କ ପାଇଁ ବିିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ଭାରତରେ ଅତିଥିଙ୍କୁ ଭଗବାନ ଭଳି ମନେକରାଯାଏ । ହେଲେ ଏମିତି ଏକ ଜନଜାତି ଅଛି , ଯେଉଁମାନେ ଛେପ ପକାଇ ଅତିଥପଙ୍କୁ ସ୍ୱାଗତ କରିଥାନ୍ତି ।

କେନିଆ ଓ ତାଂଜାନିଆରେ ମସିହା ନାମରେ ଏକ ଜନଜାତି ଅଛନ୍ତି । ଯେଉଁମାନଙ୍କ ଅତିଥିଙ୍କୁ ସ୍ୱାଗତ କରିବାର ପ୍ରକ୍ରିୟା ସଂପୂର୍ଣ୍ଣ ଅଲଗା । ଏମାନେ ଘରକୁ ଆସୁଥିବା ଅତିଥିଙ୍କୁ ପ୍ରଥମେ ଛେପରେ ସ୍ୱାଗତ କରନ୍ତି । ସେମାନଙ୍କ ଘରକୁ ଆସୁଥିବା ଅତିଥିଙ୍କୁ ପ୍ରଥମେ ସେମାନେ ହାତ ମିଳାନ୍ତି ଏବଂ ପରେ ଏହି ହାତରେ ଛେପ ପକାଇଥାନ୍ତି ।
ଏହିି ମସିହା ଜନଜାତିର ଲୋକଙ୍କ କହିବାନୁସାରେ ,ଏହି ଛେପ ପକାଇ ସ୍ୱାଗତ କରିବା ତାଙ୍କର ଏକ ସମ୍ମାନର ପ୍ରତୀକ ।

ଏହାସହ ମଧ୍ୟ ପଢନ୍ତୁ- ରାଜା ବିନ୍ଦୁସାର କେମିତି ହୋଇଥିଲେ ଜନ୍ମ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !