publive-imageକନକ ବ୍ୟୁରୋ : ରାଷ୍ଟ୍ରପତି ହେବାପରେ ରାମନାଥ କୋବିନ୍ଦ ମଙ୍ଗଳବାର ଦିନ ପ୍ରଥମଗସ୍ତରେ ବେଙ୍ଗାଲୁରୁ ଆସିବାକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଦେଶର ପ୍ରଥମ ନାଗରିକଙ୍କ ସୁରକ୍ଷା ଏତେ କଡାକଡି କରାଯାଇଥିଲା ଯେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ସୁରକ୍ଷାକର୍ମୀ ମାନେ ସାପୁଆକେଳାଙ୍କୁ ମଧ୍ୟ ସୁରକ୍ଷାକାର୍ଯ୍ୟ ପାଇଁ ନିୟୋଜିତ କରିଥିଲେ । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ, ସାପ ସମସ୍ୟାରେ ଘାଂଟି ହେଉଥିବା ଏଚଏଏଲ ଏୟାରପୋର୍ଟରେ ପୁରା ସମୟ ରାଷ୍ଟ୍ରପତିଙ୍କୁ ସାପୁଆକେଳାମାନେ ସୁରକ୍ଷା ଦେଇଥିଲେ।

Advertisment

publive-imageକର୍ଣ୍ଣାଟକ ବିଧାନସଭାର ୬୦ତମ ଦିବସରେ ଭାଗ ନେବା ଲାଗି ଆସିଥିବା ରାଷ୍ଟ୍ରପତି ବୁଧବାର ଦ୍ୱିପ୍ରହର ପର୍ଯ୍ୟନ୍ତ ସହରରେ ରହିଥିଲେ ଏବଂ ପୂର୍ଣ୍ଣ ସମୟଧରି ତାଙ୍କୁ ସୁରକ୍ଷା ଦେବାଲାଗି ୨ବିଶେଷଜ୍ଞ ସାପୁଆକେଳା ଟିମ୍ ମଧ୍ୟ ରହିଥିଲେ । ଉକ୍ତ ଟିମର ସଦସ୍ୟ ଜଣକ କହିଛନ୍ତି ,ଏଚଏଏଲ ଭିତରେ ଗୋଟିଏ ଟିମ ଥିବା ସତ୍ୱେ ଆମକୁ ମଧ୍ୟ ଡକାଯାଇଥିଲା । ଏପରି ପ୍ରଥମଥର ହୋଇଛି କି ଆମ୍ଭମାନଙ୍କୁ ମଧ୍ୟ ଭିଆଇପିଙ୍କ ଭଳି ଚର୍ଚ୍ଚା କରାଯାଇଥିଲା । ସେ କହିଲେ ବିବିଏମସି ତରଫରୁ ପ୍ରତିଦିନ ୨୦-୩୦ଥର ଫୋନ୍ ଆସେ ମାତ୍ର ବିଗତ ଦୁଇଦିନ ସାପ ସମ୍ବନ୍ଧୀୟ କୌଣସି ଅସୁବିଧା ହୋଇନଥିଲା । ଏଚଏଏଲର ପୁଲିସ ଇନସପେକ୍ଟର ବିବିଏନପି ଜଶଂଟ କମିଶନରଙ୍କୁ ଏକ ଚିଠି ଜରିଆରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଲାଗି ଏକ ସାପୁଆକେଳା ଟିମ ମାଗିଥିଲେ । ସଚିବାଳୟ ଅଧିକାରୀ ମଧ୍ୟ ଏହି ସମସ୍ୟା ଚିନ୍ତା ପ୍ରକାଶ କରିଥିଲେ ।

ଜୀବଜନ୍ତୁ ଏବଂ ପକ୍ଷୀଙ୍କଠାରୁ ସୁରକ୍ଷା ଦେବା ଲାଗି ଏଚଏଏଲ ବିମାନବନ୍ଦରରେ ଏକ ଟିମ୍ ସବୁବେଳେ ରହୁଥିବା ବନବିଭାଗୀୟ ଏକ ବିଶେଷ ସୂତ୍ରରୁ ପ୍ରକାଶ । ବେଙ୍ଗାଲୁରୁ ଏୟାରପୋର୍ଟର ସୁରକ୍ଷାଲାଗି ବିଶେଷଜ୍ଞଙ୍କ ଉପସ୍ଥିତି ଜରୁରୀ ଅଟେ । ସୁରକ୍ଷାଦ୍ୱାରା ଏପରି ସମସ୍ୟାର ସମାଧାନ ହେବା ଅସମ୍ଭବ, ସରକାରଙ୍କୁ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ।