ଅବୈଧ ସଂପର୍କ କଲା ଅନ୍ଧ ; ପ୍ରେମିକା ପାଇଁ ନିଜ ସ୍ତ୍ରୀଙ୍କୁ ଜିଅନ୍ତା ଜାଳିଲେ ସ୍ୱାମୀ !

62

ଅବୈଧ ସମ୍ବନ୍ଧ ଯେ କେତେ ଭୟଙ୍କର ହୋଇପାରେ ,ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଜଣେ ବିବାହିତ ବ୍ୟକ୍ତି ପ୍ରେମିକାର ମାୟାରେ ପଡି ଜିଅନ୍ତା ଜାଳି ହତ୍ୟା କରିଛନ୍ତି ନିଜ ସ୍ତ୍ରୀଙ୍କୁ । ଏଭଳି ଏକ ଘଟଣା ଏବେ ରୋଚକ ଖବର ପାଲଟିଛି ।

ସୂଚନା ଅନୁସାରେ , ଉତ୍ତର ପ୍ରଦେଶ,ବରେଲିରେ ଘଟିଛି ଏହି ଘଟଣା । ପ୍ରେମିକା ପାଇଁ ନିଜ ସ୍ତ୍ରୀକୁ ବନାଇଛନ୍ତି ମୃତ୍ୟୁର ଶିକାର । ନିଜେ ସାଜିଛନ୍ତି ହତ୍ୟାକାରୀ । ପ୍ରେମିକାର ମାୟାରେ ନିଜର ୩ଟି ନିରୀହ ପିଲାଙ୍କ ସାମ୍ନାରେ ସ୍ତ୍ରୀକୁ ପିଟି ପିଟି ବେହୋସ କଲାପରେ ,ତେଲ ଢାଳି ଜିଅନ୍ତା ଜଳାଇଦେଇଛନ୍ତି ।

ପିଲିଭିତ ପୁରନପୁର ଗାଁ ଜଟପୁରା ନିବାସୀ ଜସବନ୍ତ ସିଂହଙ୍କ ଝିଅ ସରୋଜ ସିଂହଙ୍କ ବିବାହ ୬ବର୍ଷ ପୂର୍ବେ ବଂଜରିଆ ନିବାସୀ ନହ୍ନେ ସିଂହଙ୍କ ସହ ହୋଇଥିଲା । ପତି-ଶାଶୁଘର ଲୋକେ ଯୌତୁକ ପାଇଁ ସରୋଜଙ୍କୁ ଅତ୍ୟାଚାର କରୁଥିଲେ । ତାଙ୍କର ୩ଟି ସନ୍ତାନ ବି ହୋଇଥିଲା । ହେଲେ ସ୍ୱାମୀ ନହ୍ନେ ସିଂହଙ୍କ ସେହି ଗାଁର ଜଣେ ଯୁବତୀର ସହ ପ୍ରେମ ସଂପର୍କ ହୋଇଥିଲା । ଏହାକୁ ସ୍ତ୍ରୀ ସରୋଜ ବିରୋଧ କରୁଥିଲେ । ଗୁରୁବାର ରାତିରେ ନହ୍ନେ ସିଂହ ମଦପାନ କରି ଆସି ସ୍ତ୍ରୀ ସରୋଜଙ୍କୁ ବେହୋସ ହେବା ଯାଏ ଲାଠିରେ ପିଟିଥିଲେ । ପରେ ତେଲ ଢାଳି ସରୋଜଙ୍କ ଦେହରେ ନିଆଁ ଲଗେଇ ଦେଇଥିଲେ । ଶ୍ୱଶୁର ଘରେ ସମସ୍ତେ ଦର୍ଶକ ସାଜିଥିଲେ । କେହି ବିରୋଧ କରିନଥିଲେ । ସୂଚନା ଅନୁସାରେ ନହ୍ନେ ସିଂହ ଏବେ ଫେରାର୍ । ପୁଲିସ ଏହି ଘଟଣାର ମୋକଦ୍ଦମା ଚଳାଇଛି ।