କାଶ୍ମୀରରେ ହିଂସା ଯୋଗୁ କର୍ଫ୍ୟୁ ଲଗାଯାଇଥିଲା । ସବୁଆଡ଼େ ଭୟଙ୍କର ବାତାବରଣ ଓ ଶୂନଶାନ୍ ଚାରିଆଡ଼େ । ହେଲେ ଏସବୁ ପ୍ରତି ନଜର ନଦେଇ କୁନି ଝିଅଟିଏ ଚାଲିଛି ରାସ୍ତାରେ । ହାତରେ ତାର ସ୍କୁଲ ବହି । ବହିକୁ ଧରି ଝିଅଟି ପଢି ପଢି ଯାଉଛି ରାସ୍ତାରେ । ନା ମନରେ ଅଛି ଭୟ ଓ ସଙ୍କୋଚ । ପାଖରେ ବନ୍ଧୁକ ଧରି ପଇଁତରା ମାରୁଛନ୍ତି ସେନା ଯବାନ ।
ଫଟୋଗ୍ରାଫର ଆଶିଷ ଶର୍ମାଙ୍କ ଦ୍ୱାରା ଉତ୍ତୋଳିତ ହୋଇଥିବା ଏହି ଫଟୋକୁ ସମସ୍ତେ ପ୍ରଶଂସା କରିଛନ୍ତି । ଚାରିଆଡେ ଏହି ଫଟୋକୁ ନେଇ ଚର୍ଚ୍ଚା । ଜମ୍ମୁ-କାଶ୍ମୀର ସରକାର ଏହି ଫଟୋ ପାଇଁ ସଂପୃକ୍ତ ଫଟୋଗ୍ରାଫରଙ୍କୁ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/a-girl.jpg)