କନକ ବ୍ୟୁରୋ : ଦିବ୍ୟାଂଗ ହୋଇଥିଲେ ବି ଭାଂଗିପଡିନି ତାଙ୍କ ମନୋବଳ । ଆଉ ଜୀବନ ଯୁଦ୍ଧରେ ସେ ହାରି ନ ଯାଇ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ନିଜ ପରିଶ୍ରମ ଯୋଗୁଁ ସେ ପାଇଛନ୍ତି ସଫଳତା । ନିଜ ଚେଷ୍ଟାରେ ବେଶ ଦୁଇପଇସା ରୋଜଗାର କରି ସେ ତାଙ୍କ ପରିବାରକୁ ଚଳାଉଛନ୍ତି । ଏ ହେଉଛନ୍ତି ସୁବର୍ଣ୍ଣପୁରର ବିନିକା ସହରର କୈଳାଶ ଦାସ ।

Advertisment

ସକାଳ ହେଲେ ନିଜର ଭ୍ରାମ୍ୟମାଣ ଦୋକାନକୁ ଧରି ବାହାରିପଡନ୍ତି କୈଳାଶ । ହାତରେ ଥାଏ ଆଶାବାଡି ଓ ମନରେ ଥାଏ ଅଦମ୍ୟ ଇଛାଶକ୍ତି । ଭ୍ରାମ୍ୟମାଣ ଦୋକାନ କହିଲେ ଗୋଟିଏ ଟଣାଗାଡି । ଆଉ ଏହି ଗାଡିରେ ବିଭିନ୍ନ କଂପାନୀର ଆର୍ୟୁବେଦିକ ସାମଗ୍ରୀ ନେଇ ଗ୍ରାହକ ଅନ୍ୱେଷଣରେ ବାହାରିଥାନ୍ତି । କୈଳାଶଙ୍କ ବାପାଙ୍କ ମୃତ୍ୟୁ ପରେ ୫ ବର୍ଷ ହେଲା ସେ ଏହି ବ୍ୟବସାୟ କରୁଛନ୍ତି । ଆଉ ବ୍ୟବସାୟରେ ବେଶ ଦୁଇପଇସା ବି ଉପାର୍ଜନ ହେଉଛି । ବଜାରକୁ ନଯାଇ ହାତପାଆନ୍ତାରେ ଆର୍ୟୁବେଦିକ ସାମଗ୍ରୀ ମିଳୁଥିବାରୁ କୈଳାଶଙ୍କ ଏହି ବ୍ୟବସାୟକୁ ଲୋକମାନେ ବି ବେଶ ପସନ୍ଦ କରୁଛନ୍ତି ।

ଭଲଭାବେ ଦେଖିପାରୁନଥିଲେ ବି ସ୍ପର୍ଶ ଦ୍ୱାରା ସେ ସବୁକିଛି ଜାଣିପାରୁଛନ୍ତି । ଟଙ୍କାଗୁଡିକୁ ସେ ହାତରେ ଚିହ୍ନି ଗ୍ରାହକଙ୍କୁ ଠିକ୍ ଜିନିଷ ମଧ୍ୟ ଯୋଗାଇଦେଇଥାନ୍ତି । ହେଲେ ସରକାରଙ୍କ ଦ୍ୱାରା ମାର୍କେଟ କଂପ୍ଲେକସରେ ଏକ ଦୋକାନ ଗୃହ ମିଳିପାରିଲେ କୈଳାଶଙ୍କ ଅନେକ ଅସୁବିଧା ସମାଧାନ ହୋଇପାରନ୍ତା ।

ଏହାସହ ଦେଖନ୍ତୁ ଏହି ଭିଡିଓ –