ଏମିତି ପ୍ରେମିକା ଏମିତି ପ୍ରେମ ! ପରୀକ୍ଷା ଗୃହରେ ହାତ କାଟି ରକ୍ତରେ ଲେଖିଲେ ପ୍ରେମିକର ନାଁ

57

bloodଅନେକ ପ୍ରେମ ପ୍ରତାରଣାର କାହାଣୀ ଆପଣ ଶୁଣିଥିବେ । ହେଲେ ଏମିତି ଏକ ଖବରକୁ ଜାଣି ଆଶ୍ଚର୍ଯ୍ୟ ହେବେ । କୁହାଯାଏ ପ୍ରେମ ଆସେ ହୃଦୟ ଦୁଲୁକାଇ ଆଉ ସେହି ପ୍ରେମ ଯେବେ ପ୍ରତାରଣା ହେଉାଇଯାଏ ,ମନରେ ରେଳଗାଡି ଚାଲେ । ମନ ବୁଝେନା ହିତାହିତ ଜ୍ଞାନ । ହୃଦୟ ବୁଝେନା ଠିକ ଭୁଲ୍ । କେବେ ପ୍ରେମୀ ପ୍ରତିଶୋଧରେ ଜଳେ ତ କେତେବେଳେ ତ୍ୟାଗରେ ବଳଦାନ ଦିଏ ପ୍ରେମକୁ । ଏମିତି ଏକ ପ୍ରେମ ପ୍ରତାରଣକୁ ନେଇ ଏବେ ଖୁବ୍ ଚର୍ଚ୍ଚା ।

ଭାଇରାଲ ନ୍ୟୁଜରେ ପ୍ରକାଶିତ ତଥ୍ୟ ଅନୁସାରେ , ପାଟନାର ଜଣେ ଯୁବତୀ ପରୀକ୍ଷା ଗୃହରେ ଘଟାଇଛନ୍ତି ଅଦ୍ଭୁତ କାଣ୍ଡ । ନିଜ ପ୍ରେମିକର ପ୍ରତାରଣାକୁ ସହି ନପାରି ପରୀକ୍ଷା ଦେଉଥିବା ବେଳେ ହାତ କାଟିଦେଇଛନ୍ତି । ଆଉ ହାତରୁ ନିର୍ଗତ ରକ୍ତରେ ଲେଖିଛନ୍ତି ପ୍ରେମିକର ନାଁ । ଏ ଘଟଣା ଭାଇରାଲ ବେଗରେ ପ୍ରସାରିତ ହୋଇଛି । ଘଟଣା ସ୍ଥଳରେ ପହଁଚି କେନ୍ଦ୍ର ଅଧିକ୍ଷକ ଚିକିତ୍ସା ପାଇଁ ଯୁବତୀଙ୍କୁ ଡାକ୍ତରଖାନା ପଠାଇଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ – ଅଜବ ପ୍ରେମିକଙ୍କ ଗଜବ ପ୍ରେମ : ଫୁଲ ନୁହେଁ ଟଙ୍କାର ଫୁଲତୋଡାରେ କହିଲେ ହୃଦୟ କଥା