ଝିଅର ମୃତ୍ୟୁ ପୂର୍ବରୁ ସେଲଫି ନେଇଥିଲେ ମା : ଫଟୋରେ କଏଦ ହେଲେ ଜଣେ ଦେବଦୂତ

67

କୁହାଯାଏ ଯେତେବେଳେ ମଣିଷର ମୃତ୍ୟୁ ବେଳ ଆସେ , ଦେବଦୂତ ନେବାକୁ ଆସିଥାନ୍ତି । କିନ୍ତୁ କେହି ଆଜି ପର୍ଯ୍ୟନ୍ତ ଏହି ଦୂତଙ୍କୁ ଦେଖି ନାହାଁନ୍ତି । ଖାଲି ଯାହା ଏହା ଆମେ ପୁରୁଷ ପୁରୁଷ ଧରି ଶୁଣି ଆସିଛେ । ଏହି ଦେବଦୂତ ଆସିବା ନେଇ ଏକ ଆଶ୍ଚର୍ଯ୍ୟକର ଖବର ପତ୍ରିକାରେ ପ୍ରକାଶ ପାଇଛି ।

ଜଣେ ମହିଳାଙ୍କ ସହ ଏମିତି ଘଟଣା ଘଟିଛି । ଡାକ୍ତରଖାନରେ ଏହି ମହିଳାଙ୍କ ଝିଅ ଶେଷ ସମୟ ଦେଇ ଗତି କରୁଥିଲେ । ମୃତ୍ୟୁର ଶେଷ ମୁହୂର୍ତ । ଏହି ସମୟରେ ସେହି ମହିଳା ନିଜ ଝିଅ ସହ ସେଲଫି ନେଉଥିଲେ । ଆଉ ସେହି ଫଟୋରେ ଏମିତି ଛବି କଏଦ ହେଲା , ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ।

ଦିଲ୍ଲୀର ସାରା ନାମ୍ନୀ ଏହି ମହିଳାଙ୍କ ୧୯ ବର୍ଷୀୟ ଝିଅ ଏମି କ୍ୟାନସରରେ ପୀଡିତ ଥିଲେ । ଶେଷ ସମୟରେ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ମୃତ୍ୟୁର ଶେଷ ସୂଚନା ଦେଇସାରିଥିଲେ । କିନ୍ତୁ ଝିଅ ଏମି ସାହସର ସହ ମୃତ୍ୟୁକୁ ସାମ୍ନା କରୁଥିଲେ । ମୁହଁରେ ଥିଲା ବି ହସ । ତିଳେ ମାତ୍ର ଭୟଭୀତ ନଥିଲେ କି ଦୁଃଖିତ ହୋଇଥିଲେ । ମା’ ନିଜ ଝିଅର ଏହି ହସ ହସ ମୁହଁକୁ କଏଦ କରିବାକୁ ଯାଇ ଉଠାଇଥିଲେ ସେଲଫି । ପରେ ପରେ ଝିଅ ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ମୋବାଇଲରେ କଏଦ ଫଟୋରେ ତାଙ୍କ ଦୁଇ ଜଣକ ସହ ଜଣେ ଦେବଦୂତଙ୍କ ଫଟୋ ଅସ୍ପଷ୍ଟ ଦେଖିବାକୁ ମିଳିଥିଲା ।

ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । କିନ୍ତୁ କେତେକ ଏହାକୁ ସତ ମାନୁଥିବା ବେଳେ ଆଉ କେତେକ ଏହା ରୁମରେ ଥିଲା ଏକ ଅ।ଲୋକର ପ୍ରତିଫଳନ ବୋଲି କହୁଛନ୍ତି । କିନ୍ତୁ ଯେତେବେଳେ ଫଟୋ ନିଆଯାଇଥିଲା ରୁମର ଲାଇଟ ବନ୍ଦ ଥିଲା ବୋଲି ସେହି ମହିଳା କହିଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ –