ପ୍ରେମିକ ସାଜିଲେ ଚୋର ! ପ୍ରେମିକାର ଚିକିତ୍ସା ପାଇଁ ଚୋରି କଲେ ୫୧ଟି ବାଇକ୍

29

ବାଙ୍ଗାଲୁର : କୁହାଯାଏ ପ୍ରେମର ନିଶାରେ ମଣିଷ ଅସମ୍ଭବକୁ ବି ସମ୍ଭବ କରିଦିଏ । ପଙ୍ଗୁ ବି ଗିରି ଲଙ୍ଘି ପାରେ । ହେଲେ ଏଠି ଘଟଣା ଟିକେ ଅଲଗା । ଜଣେ ଯୁବକ ନିଜେ ପ୍ରେମିକାର ଚିକିତ୍ସା ପାଇଁ ସାଜିଛନ୍ତି ଚୋର । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏ ଖବର ଏବେ ଚର୍ଚ୍ଚାରେ ।

ସୂଚନା ଅନୁସାରେ , ବାଙ୍ଗାଲୁରର ଜଣେ ୨୩ ବର୍ଷୀୟ ଯୁବକ ବାଇକ ଚୋରି କରିବା ଅଭିଯୋଗରେ ହୋଇଛନ୍ତି ଗିରଫ । ପୁଲିସର ସୂଚନା ଅନୁସାରେ ଏକ ପୋଷାକ କଂପାନୀରେ ଟେଲରିଂ କାମ କରନ୍ତି ଏହି ଯୁବକ । ଆଉ ସେଠାରେ ପ୍ରେମ କରୁଥିଲେ ନିଜର ସହକର୍ମୀ ଯୁବତୀ ଜଣକୁ । ହଠାତ ପ୍ରେମିକାଙ୍କ ଦେହ ଖରାପ ହେଲା । ସେ ଜଣ୍ଡିସ୍ ଓ ହରମୋନାଲ ସମସ୍ୟାରେ ପୀଡିତ ହେଲେ ।

ପ୍ରେମିକାର ଚିକିତ୍ସା ପାଇଁ ଏହି ଯୁବକ ଜଣକ ଅନ୍ୟ ଉପାୟ ନପାଇ ସହଜ ଉପାୟ ଆପଣେଇଲେ । ଏବଂ ବାଇକ ଚୋରି କରିବାକୁ ଲାଗିଲେ । ସହରରେ ଯେତେବେଳେ ବାଇକ ଚୋରିର ଅଭିଯୋଗ ରିପୋର୍ଟ ବଢବାରେ ଲାଗିଲା ,ପୁଲିସ ଆରମ୍ଭ କଲା ଯାଂଚ ଅଭିଯାନ । ଆଉ ଗିରଫ କରିଥିଲା ଏହି ଯୁବକଙ୍କୁ । ତାଙ୍କ ପାଖରୁ ୨୫ ଲକ୍ଷ ଟଙ୍କାର ୫୧ଟି ବାଇକ ଜବତ କରିଥିଲା ପୁଲିସ୍ ।

ଏହାସହ ମଧ୍ୟ ପଢନ୍ତୁ – ସ୍କୁଲ ଟ୍ୟୁସନ ଦରମାରେ ଦିଆଯାଉଛି ଛେଳି ଓ ମେଣ୍ଢା ! ବାଧକ ସାଜିଛି ଅର୍ଥ ସମସ୍ୟା