୪ ଘଂଟାର ଅପରେସନ ; କଇଁଛ ପେଟରୁ ବାହାରିଲା ୯୧୫ଟି ମୁଦ୍ରା !

50

ଥାଇଲ୍ୟାଣ୍ଡର ପ୍ରାଣୀ ଚିକିତ୍ସକମାନେ ଏକ ଅଦ୍ଭୁତ ଚିକିତ୍ସା କରିଛନ୍ତି । ଏକ କଇଁଛ ପେଟକୁ ଅପରେସନ କରି ବାହାର କରିଛନ୍ତି ୯୧୫ ଟି ମୁଦ୍ରା । ଏହି ମୁଦ୍ରା ଗୁଡିକର ଓଜନ ହେବ ୫କିଲୋ । ଏହାର ମୂଲ୍ୟ ମଧ୍ୟ ୪୫ ପାଉଣ୍ଡ ।
ବ୍ୟାଙ୍କ ନାମକ ଏହି କଇଁଛଟି ସେଠାର ‘ଶ୍ରୀ ରାଚା’ ପୁଷ୍କରିଣୀରେ ବର୍ଷ ବର୍ଷ ଧରି ରହିଆସୁଥିଲା । ଥାଇଲ୍ୟାଣ୍ଡରେ କଇଁଛ ଉପରକୁ ମୁଦ୍ରା ଫିଙ୍ଗିବାକୁ ଶୁଭ ବୋଲି ମନେକରାଯାଏ ଏବଂ ଏହା ଦ୍ୱାରା ଅଭିଳାଷ ପୂରଣ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏଣୁ ପ୍ରତିଦିନ ଏହି ପୁଷ୍କରିଣୀକୁ ଶହ ଶହ ଲୋକ ଆସିଥାନ୍ତି ଓ ମୁଦ୍ରା ଫିଙ୍ଗିଥାନ୍ତି । ଏହି କଇଁଛ ବ୍ୟାଙ୍କ ସେହି ମୁଦ୍ରାଗୁଡିକ ମଧ୍ୟରୁ ୯୧୫ଟି ମୁଦ୍ରାକୁ ଗିଳିଦେଇଥିଲା । ଏହା ଦ୍ୱାରା କଇଁଛର ପେଟ ଫୁଲିବାକୁ ଲାଗିଥିଲା ।

ସେଠାର ନୈାସେନା ଉକ୍ତ କଇଁଛକୁ ପ୍ରାଣୀ ଚିକିତ୍ସକଙ୍କ ପାଖକୁ ନେଇଥିଲେ । ଥ୍ରୀ-ଡି ସ୍କାନ କରିବା ପରେ ତା ଦେହରେ ମୁଦ୍ରା ଥିବାର ଜଣା ପଡିଥିଲା । ଦୀର୍ଘ ୪ଘଂଟାର ଅପରେସନ ପରେ ଏହି କଇଁଛ ପେଟରୁ ବାହାରିଥିଲା ଏତେ ସଂଖ୍ୟକ ମୁଦ୍ରା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –