୬୦ବୟସରେ ଶିଖିଲେ କଂପ୍ୟୁଟର ! ୮୧ ବୟସରେ ତିଆରି କଲେ ଆଇଫୋନ ଆପ୍ : ଚର୍ଚ୍ଚାରେ ଏହି ମହିଳା

27

କନକ ବ୍ୟୁରୋ : ଦୃଢ ଇଚ୍ଛା ଶକ୍ତି ଓ ମନୋବଳ ଦ୍ୱାରା ଯେ ସବୁ ସମ୍ଭବ । ଏହା କରିଦେଖେଇଛନ୍ତି ଜଣେ ମହିଳା । ବୟସ୍କା ହୋଇ ବି ସେ ହାର୍ ମାନି ନାହାଁନ୍ତି । ଶିଖିବାର କୈାଣସି ନିର୍ଦ୍ଦିଷ୍ଟ ବୟସ ନଥାଏ – ଏହାକୁ ପ୍ରମାଣିତ କରିଛନ୍ତି ଜାପାନର ଏହି ୮୧ ବର୍ଷିୟା ମହିଳା । ୬୦ ବର୍ଷ ବୟସରେ କଂପ୍ୟୁଟର ଶିଖଥିବା ଏହି ମହିଳା ନିକଟରେ ଏକ ଆଇଫୋନ ଆପ୍ ତିଆରି କରିଛନ୍ତି । ଆଉ ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

ସୂଚନା ଅନୁସାରେ , ମସାକୋ ୱାକାମିୟା ନାମ୍ନୀ ଏହି ମହିଳା ୪୩ ବର୍ଷ ଏକ ବ୍ୟାଙ୍କରେ କାର୍ଯ୍ୟ କରିଥିଲେ । ବ୍ୟାଙ୍କ ସେବାରୁ ଅବସର ନେବା ପରେ ସେ ୬୦ ବର୍ଷ ବୟସରେ ଆରମ୍ଭ କରିଥିଲେ କଂପ୍ୟୁଟର ଶିକ୍ଷା । ଆଉ ଏହାପରେ ତାଙ୍କ ଜୀବନରେ ଆସିଥିଲା ନୂଆ ମୋଡ । ଏହି ବୟସ୍କା ମସାକୋ କୁହନ୍ତି –“ ମୁଁ ଦେଖିଲି ଆଜିକାଲି ସ୍ମାର୍ଟଫୋନର ଅଧିକ ଆପ୍ ଯୁବପିଢିଙ୍କ ଧ୍ୟାନରେ ରଖି ବନାଯାଉଛି । ବୟସ୍କ ବୃଦ୍ଧ ଲୋକଙ୍କ ପାଇଁ ଏହା ଖୁବ୍ କମ୍ ”। ସେ ଚାହାଁନ୍ତି ଦୁନିଆଁର ସବୁ ବୟସ୍କ ଲୋକ କଂପ୍ୟୁଟର ଟେକଟିନକୁ ବୁଝନ୍ତୁ ଓ ଦୁନିଆ ସହ ପାଦ ମିଳାଇ ଚାଲନ୍ତୁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –