ସ୍ମାର୍ଟଫୋନ ଭଳି,ଫିଚର ଫୋନରେ ବି ବ୍ୟବହାର ହୋଇପାରିବ ୪ଜି !

24

ଏବେ ସ୍ମାର୍ଟଫୋନର ଜମାନା । ସମସ୍ତଙ୍କ ହାତରେ ସ୍ମାର୍ଟଫୋନ । ଫିଚର ଫୋନରେ କେବଳ କଥାବର୍ତ୍ତା ହେବାସହ ଇଂଟରନେଟର ବ୍ୟବହାର ଓ ଗୀତ ଓ ଭିଡିଓ ଡାଉନଲୋଡ କରିହୁଏ । ସ୍ମାର୍ଟଫୋନ ଭଳି ଅଧିକ ସୁବିଧା ଏଥିରେ ନଥାଏ ।

ହେଲେ ଏବେ ଏକ ଖବର ପ୍ରକାଶିତ ହୋଇଛି । ଯାହା ଜାଣିଲେ ଆପଣ ଖୁସିରେ ଝୁମି ଉଠିବେ । ସାଧାରଣ ମୋବଇାଲ ଫୋନରେ ଏଥର ୪ଜି ବ୍ୟବହାର କରିହେବ । ସ୍ମାର୍ଟଫୋନ ଭଳି ଦ୍ରୁତ ନେଟର ସୁବିଧା ଉପଲବ୍ଧ ହୋଇପାରିବ ଏଥିରେ ।

ଆମେରିକାର ଚିପସେଟ୍ କଂପାନୀ କ୍ୱାଲକାମ ଚିପର ଏକ ନୂଆ ସିରିଜ ଲଂଚ କରିଛନ୍ତି । ଯେଉଁଥିରେ ପ୍ରଥମଥର ପାଇଁ ଫିଚରଫୋନରେ ୪ଜି ବ୍ୟବହୃତ କରିହେବ । ୧୫୦ଏମବିପିଏସ୍ ଯାଏ ଡାଉନଲୋଡିଂ ସ୍ପିଡ୍ ସୁବିଧା ମିଳିବ । ଏହି ନୂତନ ଚିପ୍ ୩ ମେଗାପିକ୍ସଲର ଫ୍ରଣ୍ଟ-ରିୟର କ୍ୟାମେରା ବି ସପୋର୍ଟ କରିବ ।

୪ଜି କନେକ୍ସନର ଏହି ଫୋନ ଭାରତ ,ଲାଟିନ୍ ଆମେରିକା ଓ ଦକ୍ଷିଣ-ପୂର୍ବଏସିଆରେ ଲଂଚ ହେବ ।

ଏହାସହ ମଧ୍ୟ ପଢନ୍ତୁ – ଆପଣଙ୍କ ଫୋନରେ ଏହି ଆପ୍ ଅଛି କି ? ତୁରନ୍ତ ହଟାନ୍ତୁ , ଅସୁବିଧାରେ ପଡିପାରନ୍ତି !