ଏମିତି ଜୀବନ : ବିଶ୍ୱକପ୍ ଖେଳାଳି ଚରାଉଛନ୍ତି ମଇଁଷି !

38

12ସମୟ ଓ ପରିସ୍ଥିତି ମଣିଷକୁ କେଉଁଠି ଠିଆ କରାଇଦିଏ । ତାହା କହିବା ବଡ ମୁସ୍କିଲ୍ । ତାର ଜ୍ୱଳନ୍ତ ଉଦାହରଣ ଭାଲାଜି ଡୋମୋର । ଜଣେ ଦୃଷ୍ଟିହୀନ କ୍ରିକେଟର । ବିଶ୍ୱକପରେ ଦେଶର ପ୍ରତିନିଧିତ୍ୱ କରିବା ଯେକୈାଣସି କ୍ରିକେଟର ପାଇଁ ଏକ ସ୍ୱପ୍ନ ଭଳି । ଆଉ ଏମିତି ସୁଯୋଗ ମିଳିଥିଲା ଦୃଷ୍ଟିହୀନ ଭାଲାଜି ଡାମୋରଙ୍କ ଜୀବନରେ । ହେଲେ ଆଜି ସେହି ପ୍ରତିଭାବାନ ବ୍ୟକ୍ତି ପରିବାର ପୋଷିବା ପାଇଁ ଚରାଉଛନ୍ତି ମଇଁଷି ।

13ଭାଲାଜି ଡାମୋର ୧୯୯୮ର ଦୃଷ୍ଟିହୀନ ବିଶ୍ୱକପରେ ଜଣେ ଅଲରାଉଣ୍ଡର ଭାବେ ଦେଖାଇଥିଲେ ଅଦ୍ଭୁତ କରିସ୍ମା । ସେହି ମ୍ୟାଚରେ ମ୍ୟାନ ଅଫ୍ ସିରିଜ ହେବା ସହ ଟୁର୍ଣ୍ଣାମେଂଟର ହିରୋ ପାଲଟିଯାଇଥିଲେ । ତାଙ୍କ ଯୋଗୁଁ ଭରତ ସେମି ଫାଇନାଲରେ ପହଁଚିଥିଲା । ୧୨୫ଟି ମ୍ୟାଚରେ ଅଲରାଉଣ୍ଡର ଭାଲାଜି ୩ହଜାର୧୨୫ରନ୍ ଓ ୧୫୦ଟି ୱିକେଟ ନେଇଛନ୍ତି । ସଂପୂର୍ଣ୍ଣରୂପେ ଦୃଷ୍ଟିଶକ୍ତି ହରେଇଥିବା ଏହି କ୍ରିକେଟର ୮ଟି ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି ।

ଗୁଜୁରାଟର ଏକ ସାଧାରଣ କୃଷକ ପରିବାରରୁ ଆସିଥିବା ଏହି ୩୮ ବର୍ଷିୟ ଦୃଷ୍ଟିହୀନ କ୍ରିକେଟର ଭାଲାଜି ଆଶା ରଖିଥିଲେ ଅନେକ । ବିଶ୍ୱକପ ପରେ ତାଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ ବୋଲି ଭାବିଥିଲେ । ହେଲେ ସବୁ କିଛି ସଫଳତା ଆଜି ତାଙ୍କ ପାଇଁ ମୂଲ୍ୟହୀନ ସାଜିଛି । ସ୍ପୋର୍ଟ୍ସ କୋଟା ଓ ବିକଳାଙ୍କ କୋଟା ତାଙ୍କର କୈାଣସି କାମରେ ଆସିନାହିଁ । ନିଜ ପତ୍ନୀଙ୍କ ସହ ବିଲରେ କାମ କରି ପେଟ ପୋଷୁଛନ୍ତି । ଗୋଟିଏ ଘରେ ପୂରା ପରିବାର ରହୁଛନ୍ତି ।

ଆଜି ୧୮ ବର୍ଷପରେ ବି ଏହି ପ୍ରତିଭାବାନ ଖେଳାଳି ଚରାଇଛନ୍ତି ମଇଁଷି ଏବଂ କରୁଛନ୍ତି କ୍ଷେତ କାମ । ଗୁଜୁରାଟର ଏହି ନାଁ କରା କ୍ରିକେଟର ଆଜି ବି ଭାରତ ତରଫରୁ ସର୍ବାଧିକ ୱିକେଟ ନେବାର ରେକର୍ଡ ରହିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –

ଏହାସହ  ମଧ୍ୟ ପଢନ୍ତୁ – ବିଧାୟକ ସାଜିଲେ ଡାକ୍ତର ! ଗର୍ଭବତୀ ମହିଳାଙ୍କ କଲେ ଅସ୍ତ୍ରୋପଚାର