ସୋସିଆଲ ମିଡିଆରେ ପୋଷ୍ଟ କରିବା ହେଲା କାଳ ! ଯୁବକ ୪୨ ଦିନ ରହିଲେ ଜେଲରେ

34

ନୂଆ ଦିଲ୍ଲୀ : ଆଜିକାଲି ଫେସବୁକର ଚାହିଦା ବଢିଯାଇଛି । ଯୁବାପିଢିଙ୍କ ପାଇଁ ଏହା ଏକ ମନୋରଂଜନର ମାଧ୍ୟମ ପାଲଟିଯାଇଛି । ଆଉ ଯାହା ପାଇଲେ ସବୁ ପୋଷ୍ଟ କରିବାରେ ବ୍ୟସ୍ତ ରହୁଛନ୍ତି । ଆଉ ଏହା ଜନମାନସରେ ଖୁବ୍ ଭାଇରାଲ୍ ହେଉଛି । ଏବେ ଏମିତି ଏକ ଖବର ନବଭାରତ ଟାଇମ୍ସରେ ପ୍ରକାଶିତ ହୋଇଛି । ଯାହାକୁ ନେଇ ଚାରିଆଡେ ଆଲୋଚନା ।

ପ୍ରକାଶିତ ସୂଚନା ଅନୁସାରେ , ଜଣେ ଯୁବକ ନିଜର ଫେସବୁକ୍ ପୋଷ୍ଟ ପାଇଁ ସହିଛନ୍ତି ୪୨ ଦିନର ଜେଲ ଦଣ୍ଡ । ଗଙ୍ଗାକୁ ଜୀବିତ ଚିତ୍ରଣ କରିବାର ଥଟ୍ଟା କରିବା , ରାମ ମନ୍ଦିର ନିର୍ମାଣ ପାଇଁ ବିଜେପିର ଦାବିରେ ବାଦବିବାଦ କରିବା ଏବଂ କେନ୍ଦ୍ର ଦ୍ୱାରା ଏୟାର ଇଣ୍ଡିଆକୁ ଦିଆଯାଇଥିବା ହଜ ସବସିଡ୍ ଫେରେଇନନେବା ଭଳି ଟିପ୍ପଣୀ କରିବା ଯୁବକଙ୍କ ପାଇଁ ମହଙ୍ଗା ହୋଇଛି । ଏହି ପ୍ରସଙ୍ଗ ଉପରେ ପୋଷ୍ଟ କରିବା ନେଇ ତାଙ୍କୁ ୪୨ ଦିନର ଜେଲ ଯିବାକୁ ପଡିଛି ।

ଏହି ଟିପ୍ପଣୀଗୁଡିକୁ ଉତ୍ତର ପ୍ରଦେଶର ପୁଲିସ୍ ଅପରାଧିକ ମାମଲା କହି ୧୮ ବର୍ଷିୟ ଜାକିର୍ ଅଲୀ ତ୍ୟାଗୀଙ୍କୁ ଗିରଫ କରିଛି । ଜାକିର୍ କହିଛନ୍ତି ତାଙ୍କୁ ବଡ ବଡ ଅପରାଧିକଙ୍କ ସହ ୪୨ ଦିନ ମୁଜାଫରନଗର ଜେଲରେ ବିତେଇବାକୁ ପଡିଛି । ଯେଉଁଠାରେ ତାଙ୍କୁ ଶୈାଚ୍ଚାଳୟ ବ୍ୟବହାର କରିବାକୁ ପଇସା ଦେବାକୁ ମଧ୍ୟ ପଡିଛି ।

ଜାକିରଙ୍କୁ ୨ ଅପ୍ରେଲରେ ଗିରଫ କରାଯାଇଥିଲା ଏବଂ ତାଙ୍କ ବିରୁଦ୍ଧରେ ଆଇପିସି ଧାରା ୪୨୦ (ଫ୍ରଡ) ଏବଂ ସୂଚନା ପ୍ରାଦୈାଗିକ ଅଧିନିୟମ( କଂପୁଟର ସମ୍ବନ୍ଧିତ ଅପରାଧ) ଧାରା ୬୬ ଅନୁସାରେ ମାମଲା ରୁଜୁ ହୋଇଛି । ଜାକିରଙ୍କର ଓକିଲ କାଜି ଅହମ୍ମଦ କହିଛନ୍ତି , ତାଙ୍କୁ ୪୨ ଦିନ ପରେ ବେଲରେ ମୁକ୍ତି ମିଳିଛି । କିନ୍ତୁ ପୁଲିସ୍ ନିଜର ଆରୋପ ପତ୍ରରେ ରାଜଦ୍ରୋହ ସହ ସମ୍ବନ୍ଧିତ ଧାରା ୧୨୪ଏ ମଧ୍ୟ ଯୋଡି ଦେଇଛି ।