ୱାଶିଙ୍ଗଟନ୍ : ଆମେରିକାର ବୋସନିଆ ସହରରେ ଏକ ୧୬ ବର୍ଷୀୟ ଯୁବକ ଦେଖାଇଛନ୍ତି ନିଜର କରିସ୍ମା । ତାଇକ୍ୱାଣ୍ଡୋ ଚାମ୍ପ କେରିମ ନାମକ ଏହି ଯୁବକ ନିଜ ମୁଣ୍ଡରେ ୩୫ ସେକେଣ୍ଡରେ ୧୧୧ଟି ପଥରର ସ୍ଲାବ ଭାଙ୍ଗି କରିଛନ୍ତି ବିଶ୍ୱ ରେକର୍ଡ ।
ତଥ୍ୟ ଅନୁସାରେ କେରିମ୍ ୨୦ ଟି ଧାଡିରେ ରଖାଯାଇଥିବା ୬-୬ ପଥର ସ୍ଲାବକୁ ନିଜ ମୁଣ୍ଡରେ ଭାଙ୍ଗିଛନ୍ତି । ସମୁଦାୟ ରଖାଯାଇଥିବା ୧୨୦ଟି ସ୍ଲାବ ମଧ୍ୟରେ ୧୧୧ଟି ସ୍ଲାବକୁ ଭାଙ୍ଗିଛନ୍ତି କେରିମ୍ । ଆଉ ଏ ସମୟରେ ଗିନିଜ ବୁକ ଅଫ୍ ରେକର୍ଡସର ଅଧିକାରୀ ଉପସ୍ଥିତ ଥିଲେ । କେରିମଙ୍କର ଏଭଳି ପାରଦର୍ଶିତାକୁ ତାରିଫ କରିଥିଲେ । ଏହି ସଫଳତାକୁ ନେଇ କେରିମ ବହୁତ ଖୁସି ହେବା ସହ ନିଜ ପିତା-ମାତା ଓ କୋଚ ଏଡିନଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/dc-Cover-fu5dliekplcpmjkb76utdnm620-20170329191435.Medi_.jpeg)