ବାପା ବନିଲେ ୧୨ ବର୍ଷୀୟ ବାଳକ ! ୧୭ ବର୍ଷୀୟା ଯୁବତୀ ଜନ୍ମ ଦେଲେ କନ୍ୟା ସନ୍ତାନ

61

ଥିରୁବନନ୍ତପୁରମ : ଏମିତି ଏକ ଖବର ଏବେ ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କେରଳରେ ଜଣେ ୧୨ ବର୍ଷୀୟ ବାଳକ ପିତା ହୋଇଛନ୍ତି । ଭାରତର ସର୍ବକନିଷ୍ଟ ପିତାର ପରିଚୟ ମଧ୍ୟ ସେ ପାଇଛନ୍ତି । ଆଶ୍ଚର୍ଯ୍ୟର କଥା ଯେ , ତାଙ୍କ ଠାରୁ ବୟସରେ ବଡ ଜଣେ ୧୬ବର୍ଷୀୟା ଝିଅ ହୋଇଛନ୍ତି ଗର୍ଭବତୀ ଏବଂ ନିକଟରେ ଏର୍ଣ୍ଣାକୁଲମର ଏକ ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ସେହି ଝିଅ । ଏନଡି ଟିଭି ଡଟ୍ କମରେ ପ୍ରକାଶିତ ହୋଇଛି ଏ ଖବର ।

ସୂଚନାନୁସାରେ, ଏହି ମାମଲାରେ ଉଭୟ ପିତା-ମାତା ନାବାଳକ ହୋଇଥିବାରୁ ପରିଚୟ ଗୋପନ ରଖାଯାଇଥିଲା । ଘଟଣା ଜଣାପଡିବା ପରେ ସଂପୃକ୍ତ ପିତାଙ୍କ ନାଁରେ ଶିଶୁ ଯୌନ ନିର୍ଯ୍ୟାତନା ନିବାରଣ ଆଇନରେ ମାମଲା ରୁଜୁ ହୋଇଛି ।

ଚଳିତ ସପ୍ତାହରେ ଥିରୁବନନ୍ତପୁରମ ମେଡିକାଲ କଲେଜରେ ଉଭୟ ପିତା-ମାତା ଓ ସନ୍ତାନର ଡିଏନଏ ଟେଷ୍ଟ କରାଯାଇଥିଲା । ଏଥିରୁ ସେମାନେ ସନ୍ତାନର ପିତାମାତା ବୋଲି ସ୍ପଷ୍ଟ ହୋଇଥିଲା ।

ଏହାସହ ମଧ୍ୟ ପଢନ୍ତୁ – ଅଦ୍ଭୂତ ଆଶ୍ଚର୍ଯ୍ୟ : ତିନି ଗୋଡ ଥାଇ ଶିଶୁ କନ୍ୟା ଜନ୍ମ !