ପେଟରେ ନିଆଁ ଲଗେଇ କରାଯାଉଛି ମୋଟା କମାଇବାର ଚିକିତ୍ସା ! ଚର୍ଚ୍ଚାରେ ଏହି ଅଜବ ଥେରାପି

42

ଆଜିକାଲି ଅନେକ ପତଳା ହେବାକୁ ଜୋରସୋର ଉଦ୍ୟମ ଚଳେଇଛନ୍ତି । କେହି ଶରୀରକୁ ପୃଥୁଳାକାର କରିବାକୁ ଚାହୁଁନାହାଁନ୍ତି । ଆଉ ଏହାକୁ କମାଇବାକୁ ଅନେକ ତରିକା ଆପାଣାଉଛନ୍ତି ଲୋକେ । ଏବେ ଏମିତି ଏକ ଘଟଣାକୁ ନେଇ ଚର୍ଚ୍ଚା ।

ଚୀନର ୧୧ବର୍ଷର ଲି ହ୍ୟାଙ୍ଗ୍ ନାମକ ଜଣେ ବାଳକ ମୋଟାପା କମାଇବା ପାଇଁ ଆପଣେଇଛନ୍ତି ଏକ ତରିକା । ଏହାକୁ ଦେଖିଲେ ରୁମ ଟାଙ୍କୁରି ଉଠିବ । ଏହି ବାଳକ ‘ ପ୍ରାଡର ୱିଲ୍ ସିଣ୍ଡ୍ରୋମ’ ସମସ୍ୟାରେ ପୀଡିତ । ଏହା ଦ୍ୱାରା ତାଙ୍କର ଶରୀର ଓଜନ ବଢି ୧୪୬ କିଲୋରେ ପହଁଚିଛି । ଅଧିକ ଓଜନ ଯୋଗୁଁ ଲି ଆପଣେଇଛନ୍ତି ଚୀନର ଏହି ପାରମ୍ପରିକ ଚିକିତ୍ସା ପଦ୍ଧତି । ହେଲେ ଏହି ଥେରାପି ସୁଣିବାକୁ ଯେତିକି ସହଜ । ସେତିକି ଭୟଙ୍କର ଏହାର ପ୍ରକ୍ରିୟା । ଏହାକୁ ଫାୟାର ଥେରାପି କୁହାଯାଉଛି ।

ଓଜନ କମାଇବା ପାଇଁ ଲି ଯେଉଁ ଡାକ୍ତଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ଏହି ଲି ଙ୍କୁ ଫାୟାର ଥେରାପି କରାଯାଇଥିଲା । ଲି’ଙ୍କ ଖୋଲା ପେଟରେ ଡାକ୍ତର ତେଲ ଢାଳି ନିଆଁ ଲଗେଇତିଲେ । ସେ ଖୁବ୍ ଯନ୍ତ୍ରଣା ପାଇଥିଲେ । ପିଲାଦିନରୁ ହିଁ ଲି ଏହି ରୋଗରେ ପୀଡିତ । ୪ବର୍ଷ ବୟସରେ ତାଙ୍କ ଓଜନ ଥିଲା ୪୨ କିଲୋ । ଅନେକ ଚିକିତ୍ସା ପରେ , ଶେଷରେ ତାଙ୍କର ପିତାମାତା ଚୀନର ଏପରି ପାରମ୍ପରିକ ଚିକିତ୍ସାର ସାହାଯ୍ୟ ନେଇଥିଲେ ।

ଦେଖନ୍ତୁ ଏହି ଭିଡିଓ –