କେବଳ ଏସବିଆଇର ଡେବିଟ୍ କାର୍ଡ ନୁହେଁ ବରଂ ସବୁ ବ୍ୟାଙ୍କର ଏଟିଏମ କାର୍ଡ ତଥା ମ୍ୟାଗଷ୍ଟ୍ରିପ୍ ବାଲା ସମସ୍ତ ଏଟିଏମ କାର୍ଡ ଏବେ ହୋଇଯିବ ଅଚଳ । ପୂର୍ବରୁ ଆପଣ କେବଳ ଏସବିଆଇର ଡେବିଟ୍ କାର୍ଡ ୩୧ ଡିସେମ୍ବର ପରେ ବନ୍ଦ ହୋଇଯିବା ଖବର ପଢିଥିଲେ । ମାତ୍ର ଏବେ ଏବେ ଖବର ଆସିଛି କି, ଏହି ନିୟମ ବର୍ତ୍ତମାନ ସମସ୍ତ ମ୍ୟାଗଷ୍ଟ୍ରିପ୍ ଯୁକ୍ତ ଡେବିଟ୍ କାର୍ଡ ଉପରେ ଲାଗୁ କରାଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇ କହିଛି କି, ସେମାନେ ନିଜ ନିଜ ଗ୍ରାହକମାନଙ୍କୁ ମ୍ୟାଗଷ୍ଟ୍ରିପ ଆଧାରିତ ଏଟିଏମ ଡେବିଟ୍ କାର୍ଡକୁ ଇଏମଭି ଚିପ୍ ବିଶିଷ୍ଟ କାର୍ଡ ସହ ରିପ୍ଲେସ କରିବାକୁ । ଆଉ ଏହାର ଶେଷ ତାରିଖ ହେଉଛି ୩୧ ଡିସେମ୍ବର ୨୦୧୮ । ତେବେ ନିର୍ଧାରିତ ତାରିଖ ପରେ ଏହି କାର୍ଡ ସଂପୂର୍ଣ୍ଣ ଭାବରେ ଅଚଳ ହୋଇଯିବ ।
ତେବେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଆରବିଆଇର ଏହି ନିର୍ଦ୍ଦେଶକୁ ଧ୍ୟାନରେ ରଖି ନିଜ ଗ୍ରାହକଙ୍କୁ ନିଜ କାର୍ଡକୁ ଏକ୍ସଚେଂଜ କରିବାକୁ କୁହାଯାଇଛି । ମ୍ୟାଗଷ୍ଟ୍ରିପ ବିଶିଷ୍ଟ ଡେବିଟ କାର୍ଡକୁ ଇଏମଭି ଚିପ୍ ବିଶିଷ୍ଟ ଡେବିଟ୍ କାର୍ଡ ସହ ରିପ୍ଲେସ କରିବା ଦ୍ୱାରା ୟୁଜର୍ସଙ୍କୁ କୌଣସି ଅତିରିକ୍ତି ଚାର୍ଜ ଦେବାକୁ ପଡିବନାହିଁ କି ନା ହିଁ ଏହାର ବାର୍ଷିକ ମେଂଟେନାନ୍ସ ବାବଦକୁ ଦିଆଯାଉଥିବା ଚାର୍ଜେସରେ କୌଣସି ପରିବର୍ତ୍ତନ କରାଯିବ । ଏସବିଆଇ କଷ୍ଟମର ଉଭୟ ଅନଲାଇନ ଏବଂ ଅଫଲାଇନ ଜରିଆରେ ମ୍ୟାଗଷ୍ଟ୍ରିପ ବାଲା ଏଟିଏମ କାର୍ଡକୁ ରିପ୍ଲେସ କରିବା ପାଇଁ ଆବେଦନ କରିପାରିବେ । ତେବେ ଆସନ୍ତୁ ଜାଣିବା ଅନଲାଇନ ଆବେଦନ କରିବାର ପୂରା ପ୍ରକ୍ରିୟା ...
ନେଟବ୍ୟାଙ୍କିଂ ଜରିଆରେ କରିପାରିବେ ଆବେଦନ
• ସର୍ବପ୍ରଥମେ ବ୍ୟାଙ୍କର ନେଟବ୍ୟାଙ୍କିଂ ୱେବସାଇଟ୍ (www.onlinesbi.com)କୁ ଯାଆନ୍ତୁ ।
• ଏହାପରେ ନିଜ ୟୁଜରନେମ ଏବଂ ପାସୱାର୍ଡର ବ୍ୟବହାର କରି ନିଜର ଆକାଉଂଟରେ ଲଗଇନ କରନ୍ତୁ ।
• ଆକାଉଂଟରେ ଲଗଇନ କରିବା ପରେ ହୋମପେଜରେ ଦିଆଯାଇଥିବା e-Services ସେକ୍ସନରେ ଯାଆନ୍ତୁ ।
• ଏଠାରେ କ୍ଲିକ୍ କରିବା ପରେ ATM Card Services ଉପରେ କ୍ଲିକ୍ କରନ୍ତୁ ।
• ଏହାପରେ ଏଠାରେ ଏକ ନୂଆ ପେଜ ଖୋଲିବ, ଯେଉଁଠି ଗ୍ରାହକଙ୍କୁ ନିଜର ଆକାଉଂଟ ସିଲେକ୍ଟ କରିବାକୁ ପଡିବ ।
• ଆକାଉଂଟ ସିଲେକ୍ଟ କରିବା ପରେ କାର୍ଡ ଉପରେ ଯେଉଁ ନାମ ପ୍ରିଂଟ କରିବାକୁ ଚାହୁଁଛନ୍ତି , ତାହା ସେଠାରେ ଲେଖନ୍ତୁ ଏବଂ ତାର ଠିକ୍ ପାଖରେ ଦିଆଯାଇଥିବା ଡ୍ରପ ଡାଉନରୁ ଏଟିଏମ କାର୍ଡର ଟାଇପ ସିଲେକ୍ଟ କରନ୍ତୁ ।
• ଏହାପରେ ନିଜ ରିକ୍ୱେଷ୍ଟ ସବମିଟ କରନ୍ତୁ । ସବମିଟ୍ କରିବା ପରେ ସପ୍ତାହକ ମଧ୍ୟରେ ଆପଣଙ୍କ ଡେବିଟ କାର୍ଡ ଆପଣଙ୍କ ଠିକଣାରେ ପଠାଇଦିଆଯିବ । ତେବେ ଏହି ସୁବିଧାର ଲାଭ କାର୍ଡ ଧାରକ ସକାଳ ୮ଟାରୁ ସଂଧ୍ୟା ୮ଟା ପର୍ଯ୍ୟନ୍ତ ମଧ୍ୟରେ ହିଁ ଉଠାଇପାରିବେ ।
କଣ ଇଏମଭି ଚିପ୍ ବିଶିଷ୍ଟ କାର୍ଡ ?
ଇଏମଭି ଚିପ୍ ବେସଡ ଟେକ୍ନୋଲୋଜି ଅଟେ । ଏହି ଚିପ୍ ଡେବିଟ କାର୍ଡର ପ୍ରିଂଟର ବାମ ପାଶ୍ୱରେ ଲଗାଯାଇଥାଏ । ଯାହା ମାଧ୍ୟମରେ ନେଣଦେଣ କରାଯାଇପାରେ । ଏହାକୁ ଉଭୟ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ପେମେଂଟର ଗ୍ଲୋବାଲ୍ ଷ୍ଟାଣ୍ଡାର୍ଡ ବୋଲି କୁହାଯାଇଥାଏ । ଇଏମଭିର ପୂରା ନାଁ ୟୁରୋପେ, ମାଷ୍ଟରକାର୍ଡ ଏବଂ ବିଜା । ଏହି କାର୍ଡଗୁଡିକୁ ଚିପ୍ ଆଣ୍ଡ ପିନ୍ କାର୍ଡ ଏବଂ ଚିପ ଆଣ୍ଡ ସିଗନେଚର କାର୍ଡ ମଧ୍ୟ କୁହାଯାଇଥାଏ ।
କଣ ମାଗଷ୍ଟ୍ରିପ କାର୍ଡ ?
ମାଗଷ୍ଟ୍ରିପ ବାଲା ପ୍ରତ୍ୟେକ କାର୍ଡର ପଛ ପଟରେ ଏକ ମ୍ୟାଗନେଟିକ୍ ଷ୍ଟ୍ରିପ ରହିଥାଏ । ଏହି କାରଣରୁ ଏହାକୁ ମ୍ୟାଗ୍ନେଟିକ୍ ଷ୍ଟ୍ରିପ କାର୍ଡ ମଧ୍ୟ କୁହାଯାଇଥାଏ । ଏହି କାର୍ଡକୁ ମ୍ୟାଗ୍ନେଟିକ୍ ରିଡିଂ ହେଡ୍ ସାମ୍ନାରେ ରଖି ସ୍ୱାଇପ୍ କରାଯାଇଥାଏ ।