ବଦଳିଲା ପାସପୋର୍ଟ ନିୟମ ! ଜାଣନ୍ତୁ କଣ ହେଲା ପରିବର୍ତ୍ତନ

79

ପାସପୋର୍ଟ ଆବେଦନ ପାଇଁ ନିକଟରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ନୂତନ ଘୋଷଣା କରାଯାଇଛି। ନୂତନ ଆବେଦନ ଶୈଳୀରେ କ’ଣ ସବୁ ପରିବର୍ତ୍ତନ ଘଟିଛି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି ।

ପୁରୁଣା ନିୟମ ମୁତାବକ, ୧୯୮୯ ମସିହା ଜାନୁଆରି ୨୬ ତାରିଖ କିମ୍ବା ତା’ପରେ ଜନ୍ମ ନେଇଥିବା ସମସ୍ତ ଆବେଦନକାରୀ ଜନ୍ମ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ ଥିଲା । ମାତ୍ର ନୂଆ ନିୟମ ଅନୁସାରେ କିଛିଟା କୋହଳ କରାଯାଇଛି । ନିମ୍ନରେ ଦିଆ ଯାଇଥିବା ଡକ୍ୟୁମେଣ୍ଟ୍ ମଧ୍ୟରେ କେଉଁଥିରେ ବି ଜନ୍ମ ତାରିଖ ଥିଲେ ଆବଦେନ କରିହେବ ବୋଲି ଜାଣିବାକୁ ମିଳିଛି ।

• ଜନ୍ମ କିମ୍ବା ମୃତ୍ୟୁ ପଞ୍ଜିକରଣ ଅଧିକାରୀ, ମହାନଗର ନିଗମ କିମ୍ବା ଅନ୍ୟ କୌଣସି ଅନୁମୋଦିତ ପ୍ରାଧିକାରୀ  ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରମାଣପତ୍ର ।

• ସ୍କୁଲ୍ ପକ୍ଷରୁ ପ୍ରଦାନ କରାଯାଇଥିବା ଟ୍ରାନ୍ସଫର୍, ସ୍କୁଲ୍ ଲିଭିଂ ସାର୍ଟିଫିକେଟ୍, ମ୍ୟାଟ୍ରିକ୍ ସାର୍ଟିଫିକେଟ୍ ।

• ପ୍ୟାନ୍ କାର୍ଡ ।

• ଆଧାରକାର୍ଡ/ ଇ-ଆଧାର କାର୍ଡ

• ସରକାରୀ ଚାକିରିଆ ଆବେଦନକାରୀଙ୍କ ଚାକିରି କାଗଜ ପତ୍ରର କପି ।

• ଡ୍ରାଇଭିଂ ଲାଇସେନ୍ସ

• ଭାରତୀୟ ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଇଲେକ୍ସନ ଫଟୋ ଆଡେଣ୍ଟିଟି କାର୍ଡ (ଇପିଆଇସି) ।

• ବୀମା କମ୍ପାନି ଦ୍ୱାରା ପ୍ରଦାନ କରାଯାଇଥିବା ପଲିସି ବଣ୍ଡ୍ ।

ନୂତନ ପାସପୋର୍ଟ ନିୟମ ଅନୁସାରେ, ଆବେଦନ ସମୟରେ ବାପାମାଆ କିମ୍ବା ଅନ୍ୟ ଅଭିଭାବକଙ୍କ ନାମ ଆବଶ୍ୟକ । ବାପାମାମଆ କିମ୍ବା ଅଭିଭାବକଙ୍କ ମଧ୍ୟରୁ ଆବେଦନକାରୀ ଯାହାର ବି ନାଁ ଦେଲେ ଚଳିବ । ସାଧୁ ସନ୍ଥ ଶ୍ରେଣୀୟ ଆବେଦନକାରୀ ନିଜର ଗୁରୁଙ୍କ ନାମ ଦେଇପାରିବେ । ବିବାହ ବିଚ୍ଛେଦ କ୍ଷେତ୍ରରେ ଯଦି କୌଣସି ମତେ ଛାଡ଼ପତ୍ର ପୂରାପୂରି ଭାବେ ହୋଇପାରି ନାହିଁ, ତେବେ ଆବେଦନକାରୀ ସେମାନଙ୍କ ଜୀବନ ସାଥିଙ୍କ ନାମ ଦେବା ନୂତନ ନିୟମରେ ରଖାଯାଇ ନାହିଁ । ନିହାତି ଆବ୍ୟଶକ ଏବଂ ତୁରନ୍ତ ପାସପୋର୍ଟ ପାଇଁ ଆବେଦନକାରୀଙ୍କୁ ପୂର୍ବପରି ଏନଓସି (ନୋ ଅବଜେକ୍ସନ୍ ସାର୍ଟିଫିକେଟ୍) ପ୍ରଦାନ କରିବା ଆବଶ୍ୟକ ନାହିଁ । କୌଣସି କାମରେ ବାହାରକୁ ଯିବାକୁ ପଡ଼ିଲେ କମ୍ପାନିର ଉପରସ୍ଥ ଅଧିକାରୀଙ୍କ ନିବେଦନ ପତ୍ର ଜରିଆରେ ପାସପୋର୍ଟ ଆବେଦନ କରିହେବ ।