ମହଙ୍ଗା ପଡିବ ଗାଡ଼ି ପାର୍କିଂ ! ଏଣିକି ବାହନର ଓଜନ ହିସାବରେ ଦେବାକୁ ପଡିବ ଜରିମାନା

Advertisment
ମହଙ୍ଗା ପଡିବ ଗାଡ଼ି ପାର୍କିଂ ! ଏଣିକି ବାହନର ଓଜନ ହିସାବରେ ଦେବାକୁ ପଡିବ ଜରିମାନା

Source: hindustantimes.com

ଏଣିକି ଅବୈଧ ଢଙ୍ଗରେ ଗାଡ଼ି ପାର୍କିଂ କଲେ ଦେବାକୁ ପଡିବ ଜରିମାନା । ଆଉ ସେ ପୁଣି ୧୦୦ କି ଦୁଇ ଶହ ନୁହେଁ ବରଂ ଗାଡ଼ିର ଓଜନ ହିସାବରେ ମାଲିକଙ୍କୁ ଦେବାକୁ ପଡିବ ଜରିମାନା । ତେବେ ଏଭଳି ଅଜବ ନିୟମ ଜାରି ହୋଇଛି ଦେଶର ରାଜଧାନୀ ଦିଲ୍ଲୀ ଭଳି ସହରରେ ।

publive-imageସୂଚନା ମୁତାବକ, ସହରରେ ଦିନକୁ ଦିନ ବୃଦ୍ଧି ପାଇଥିବା ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯାହାକି ଆଜି ତଥା ସୋମବାର ଦିନଠାରୁ ସହରର ବିଭିନ୍ନ ଅଂଚଳରେ ଲାଗୁ କରାଯାଇଛି । ତେବେ ଏହି ନୂଆ ନିୟମ ଅନୁସାରେ ଯଦି କେହି ଅବୈଧ ତରିକାରେ ଗାଡ଼ି ପାର୍କିଂ କରନ୍ତି ତେବେ ଗାଡ଼ି ମାଲିକଙ୍କ ଉପରେ ଗାଡ଼ିର ଓଜନ ହିସାବରେ ଜରିମାନା ଲାଗୁ କରାଯିବ ।

ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସୂଚନା ପରେ ଆଜିଠାରୁ ଦିଲ୍ଲୀ ପୁଲିସ୍, ନଗରନିଗମ ଏବଂ ଅନ୍ୟ ଏଜେନ୍ସିଗୁଡିକୁ ଏହି ନିର୍ଦ୍ଦେଶ ଆଧାରରେ ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଦେଇଛନ୍ତି । ଯଦି କୌଣସି ବ୍ୟକ୍ତିବିଶେଷଙ୍କ ଗାଡ଼ି ୨୫୦୦୦ କିଲୋ ରହିଛି ତେବେ ଏଥିପାଇଁ ତାଙ୍କୁ ୧୫୦୦ ଟଙ୍କାର ଚାଲାଣ ତଥା ଜରିମାନା ଦେବାକୁ ପଡିବ ।

publive-imageଖାଲି ସେତିକି ନୁହେଁ, ଏଥିପାଇଁ ମଧ୍ୟ ରାଜଧାନୀ କିଛି ସଡ଼କକୁ ଚିହ୍ନଟ କରାଯାଇଛି ଏବଂ ଏହି ସଡ଼କ ଗୁଡିକୁ ନୋ ଟଲେରାନ୍ସ ଜୋନ ମଧ୍ୟ ଘୋଷଣା କରାଯାଇଛି । ଯଦି ଏହି ସଡ଼କଗୁଡିକରେ କେହି ଗାଡ଼ି ରଖନ୍ତି ତେବେ ତାଙ୍କ ଉପରେ ଜରିମାନା ଲାଗୁ କରାଯିବ ।

ଏନେଇ ବର୍ତ୍ତମାନ ବଜାର ଏବଂ ବ୍ୟବସାୟୀକ ଅଂଚଳରେ ଗାଡ଼ି ସୋ’ରୁମ ମାଲିକ , ଅନ୍ୟ ସୋ’ରୁମ ବ୍ୟତୀତ ସେଠାରେ ଥିବା ଦୋକାନୀ ମାଲିକଙ୍କୁ ସୂଚିତ ମଧ୍ୟ କରି ଦିଆଯାଇଛି ଯେ, ସେମାନେ ନିଜ ନିଜର ଗାଡ଼ିଗୁଡିକୁ ସଡ଼କ ଉପରେ ନ ରଖିବାକୁ ।

publive-imageସଡ଼କଗୁଡିକର ତାଲିକା

୧. ଅରବିନ୍ଦ ମାର୍ଗ

୨. ମଥୁରା ରୋଡ଼

୩. ସାବିତ୍ରୀ ଫ୍ଲାଇଏଭର

୪. ମହରୈଲି ବଦରପୁର ରୋଡ଼

୫. ମହରୈଲି ଗୁଡଗାଓ ରୋଡ଼

୬. ଧୋଲା କୁଆଁ

୭. ସରଦାର ପଟେଲ ମାର୍ଗ

୮. ନଜଫଗଡ ରୋଡ଼

୯. ଫଂଖା ରୋଡ଼

୧୦. ବିକାଶ ମାର୍ଗ

୧୧. ରିଂଗ ରୋଡ଼

୧୨. ଆଉଟର ରିଂଗ ରୋଡ଼

ଏଠାରେ ଆମେ କହି ରଖୁଛୁ କି, ଦିଲ୍ଲୀରେ ଲଗାତର ଭାବେ ସୃଷ୍ଟି ହେଉଥିବା ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ଉପରାଜ୍ୟପାଳ ଏଭଳି କଟକଣା ଜାରି କରିଛନ୍ତି ।

ସୌଜନ୍ୟ: ଦୈକିନ ଜାଗରଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe