ଅକ୍ଟୋବର ୧୪ରେ ସ୍ୱତନ୍ତ୍ର ନିଟ୍‌, ୧୬ରେ ଫଳ

ଆଜି ନିଟ୍‌ ପରୀକ୍ଷା ଫଳ : ‘ntaneet.nic.in ଓ nta.ac.in’ ୱେବସାଇଟ୍ ‌ମାଧ୍ୟମରେ ପରୀକ୍ଷାର୍ଥୀ ଜାଣିପାରିବେ ପରୀକ୍ଷା ଫଳ

କନକ ବ୍ୟୁରୋ : କୋଭିଡ୍‌-୧୯ ଆକ୍ରାନ୍ତ ହୋଇଥିବାରୁ ଯେଉଁ ପରୀକ୍ଷାର୍ଥୀ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)ରେ ଭାଗ ନେଇପାରି ନଥିଲେ, ସେମାନଙ୍କ ଲାଗି ସ୍ୱତନ୍ତ୍ର ପରୀକ୍ଷା କରାଯିବ। ଅକ୍ଟୋବର ୧୪ରେ ଏହି ସ୍ୱତନ୍ତ୍ର ନିଟ୍‌ ଅନୁଷ୍ଠିତ ହେବ। ପରୀକ୍ଷା ସମୟରେ ଯେଉଁ ପରୀକ୍ଷାର୍ଥୀ କରୋନା ଆକ୍ରାନ୍ତ ଥିଲେ କିମ୍ବା କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ରହିଥିଲେ, ସେମାନଙ୍କ ଲାଗି ଏହି ପରୀକ୍ଷା କରାଯିବ।

ଅନ୍ୟପକ୍ଷରେ ସୋମବାର ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଚର୍ଚ୍ଚା ହେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ‘ନିଶଙ୍କ’ ଟୁଇଟ୍‌ କରି କହିଛନ୍ତି, ଅକ୍ଟୋବର ୧୬ରେ ନିଟ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ। କେଉଁ ସମୟରେ ବାହାରିବ, ସେନେଇ ପରବର୍ତୀ ସମୟରେ ସୂଚନା ଦିଆଯିବ।

ସେପ୍ଟେମ୍ବର ୧୩ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିଟ୍‌ ଓ ଆସନ୍ତ‌ା ୧୪ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ନିଟ୍‌ ପରୀକ୍ଷାର୍ଥୀଙ୍କ ମାର୍କକୁ ଆଧାର କରି ntaneet.nic.in ଓ nta.ac.in ୱେବ୍‌ସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ସାରା ଦେଶର ୧୪ଲକ୍ଷ ୩୭ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ୩୪ ହଜାର ପରୀକ୍ଷାର୍ଥୀ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe