ମୋଦି ସରକାରଙ୍କ ବଡ ଯୋଜନା ! ହଜାରେ ଟଙ୍କା ନିବେଶ କଲେ ଫେରସ୍ତ ମିଳିବ ୧୭ ହଜାର ଟଙ୍କା

46

ଯଦି ଆପଣ କମ୍ ବୟସରୁ ହିଁ ଟଙ୍କା ସଂଚୟ କରିବାକୁ ଚାହୁଁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କୁ ବେଶ୍ ଭଲ ଲାଭ ମିଳିବ । କାହିଁକି ନା ଏହାଦ୍ୱାରା ଆପଣଙ୍କ ଭବିଷ୍ୟତ ସଂପୂର୍ଣ୍ଣ ଭାବରେ ସୁରକ୍ଷିତ ରହିପାରେ । ତେଣୁ ଆମେ ଆପଣଙ୍କୁ ଏଭଳି ଏକ ଯୋଜନା ସଂପର୍କରେ ଜଣାଇବାକୁ ଯାଉଛୁ, ଯେଉଁଥିରେ ଯଦି ଆପଣ ପ୍ରତିମାସ ମାତ୍ର ୧ ହଜାର ଟଙ୍କା ନିବେଶ କରୁଛନ୍ତି ତେବେ ଆଗାମୀ ଦିନରେ ଆପଣଙ୍କୁ ସାରା ଜୀବନ ପ୍ରତିମାସ ୧୭ ହଜାର ଟଙ୍କା ରିଟର୍ଣ୍ଣ ମିଳିବ । ଅର୍ଥାତ୍ ବର୍ଷକୁ ପାଖାପାଖି ୨ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଆପଣଙ୍କୁ ମିଳିପାରେ ।

ତେବେ ଏହି ଯୋଜନା ଏକ ସରକାରୀ ଯୋଜନା, ତେଣୁ ଏଥିରେ ଆପଣଙ୍କ ଟଙ୍କା ବୁଡିବାର କୌଣସି ବି ଭୟ ନାହିଁ । ସରକାରଙ୍କ ଏହି ଯୋଜନାରେ ୧୮ ବର୍ଷରୁ ୬୦ ବର୍ଷ ବୟସର କୌଣସି ବି ବ୍ୟକ୍ତି ସାମିଲ ହୋଇପାରିବେ ।

ଏହି ଯୋଜନା କଣ?

ଫ୍ୟୁଚର ପ୍ଲାନିଂ ପାଇଁ ନ୍ୟାସନାଲ ପେନସନ ସିଷ୍ଟମ ଏକ ସବୁଠୁ ଭଲ ବିକଳ୍ପ ଅଟେ ।ଏହି ଯୋଜନାକୁ ଭାରତ ସରକାରଙ୍କ ତରଫରୁ ୧ ଜାନୁଆରୀ, ୨୦୦୪କୁ ଲଂଚ କରାଯାଇଛି । ସରକାରୀ ସହିତ ଘରୋଇ କ୍ଷେତ୍ରରେ କାମ କରୁଥିବା କୌଣସି ବି କର୍ମଚାରୀ , ଯାହାଙ୍କ ବୟସ ୧୮ରୁ ୬୦ ବର୍ଷ ମଧ୍ୟରେ ହୋଇଥିବ, ସେମାନେ ସ୍ୱଇଚ୍ଛାରେ ଏହି ଯୋଜନାରେ ସାମିଲ ହୋଇପାରିବେ ।

୫୦୦ଟଙ୍କାରୁ ଆରମ୍ଭ କରିପାରିବେ

ବଡ କଥା ହେଲା ଆପଣ ଏହି ଯୋଜନାକୁ ମାତ୍ର ୫୦୦ ଟଙ୍କା ପ୍ରତିମାସ ନିବେଶ ସହିତ ଆରମ୍ଭ କରିପାରିବେ । ସେହିପରି ନିବେଶର ସର୍ବାଧିକ ଜମାରାଶି କିଛି ବି ହୋଇପାରେ ।

କିଭଳି ମିଳିବ ଫାଇଦା

ଅଧିକାଂଶ ଲୋକେ , ଯେଉଁମାନେ କି ଖୁବ୍ କମ୍ ବୟସରେ ଚାକିରୀ ଆରମ୍ଭ କରିଛନ୍ତି । ସେମାନେ ମାସକୁ ହଜାର ଲେଖାଏଁ ଟଙ୍କା ନିବେଶ କରିପାରିବେ । ଏହି ଯୋଜନାରେ ଆପଣ ୬୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ । ତେବେ ୬୦ ବର୍ଷ ପରେ ଆପଣ ଯେତିକି ଫଣ୍ଡ ପ୍ରସ୍ତୁତ କରିଥିବେ, ସେଥି ମଧ୍ୟରୁ ତାଙ୍କୁ ୪୦ ପ୍ରତିଶତର ଏକ ନିର୍ଦ୍ଦିଷ୍ଟ ଭତା (ବଦ୍ଭଦ୍ଭଙ୍କସଗ୍ଧଚ୍ଚ) କିଣିବାକୁ ପଡିବ । ଯଦି ଆପଣ ଅଧିକ ପେନସନ ପାଇବାକୁ ଚାହୁଁଛନ୍ତି ତେବେ ବଦ୍ଭଦ୍ଭଙ୍କସଗ୍ଧଚ୍ଚ ରେ ଅଧିକ ଟଙ୍କା ଲଗାଇପାରିବେ ।