ରାଷ୍ଟ୍ରୀୟ ପୁରସ୍କାର ବିଜେତା ଏବେ ଚଳାଉଛନ୍ତି ଅଟୋ । ବାପାଙ୍କ ଚିକିତ୍ସା ପାଇଁ ବିକିଦେଲେ ରାଷ୍ଟ୍ରପତିଙ୍କଠାରୁ ପାଇଥିବା ସମ୍ମାନ

ରାଷ୍ଟ୍ରୀୟ ପୁରସ୍କାର ବିଜେତା ଏବେ ଚଳାଉଛନ୍ତି ଅଟୋ ।  ବାପାଙ୍କ ଚିକିତ୍ସା ପାଇଁ ବିକିଦେଲେ ରାଷ୍ଟ୍ରପତିଙ୍କଠାରୁ ପାଇଥିବା ସମ୍ମାନ

ନିଜର ପ୍ରତିଭା ବଳରେ ରାଷ୍ଟ୍ରପତିଙ୍କ ହାତରୁ ସମ୍ମାନିତ ହୋଇଥିବା ଜଣେ ହସ୍ତଶିଳ୍ପ କାରିଗର ସ୍ୱପ୍ନରେ ବି ସୁଦ୍ଧା ଭାବି ନଥିଲେ କି ଦିନେ ତାଙ୍କୁ ତାଙ୍କର ଏହି ପୁରସ୍କାରକୁ ବିକ୍ରି କରିବାକୁ ପଡିବ । ଶ୍ରୀନଗରରେ ରହୁଥିବା ୪୨ ବର୍ଷୀୟ ସଇଦ ଏଜାଜ ଶାହଙ୍କୁ ପ୍ରାଚୀନ କ୍ରାଫ୍ଟ ପେପର ମର୍ସି ତିଆରି କରିବା ଏବଂ ତାଙ୍କର ପ୍ରତିଭା ପାଇଁ ୨୦୦୮ରେ ରାଷ୍ଟ୍ରପତି ରାଷ୍ଟ୍ରିୟ ପୁରସ୍କାରରେ ସମ୍ମାନିତ କରିଥିଲେ । ହେଲେ ରୋଗୀଣା ବାପାର ଚିକିତ୍ସା ପାଇଁ ଅର୍ଥ ନଥିବାରୁ ଶେଷ ତାଙ୍କୁ ଏହି ପୁରସ୍କାରକୁ ବିକ୍ରି କରିବାକୁ ପଡିଥିଲା ।

publive-image

ହସ୍ତଶିଳ୍ପର ପ୍ରଦର୍ଶନୀ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ସଇଦଙ୍କୁ ବିଦେଶ ବି ପଠାଯାଇଥିଲା । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏବେ ତାଙ୍କ ଅବସ୍ଥା ଏଭଳି ହୋଇଛି କି, ସଇଦଙ୍କୁ ନିଜ ପରିବାର ପାଳିବାକୁ ଅଟୋ ଚଳାଇବାକୁ ପଡୁଛି । ଖାଲି ଏତିକି ନୁହେଁ ତାଙ୍କ ବାପା ଜଣେ କ୍ୟାନସର ପୀଡିତ । ଆଉ ତାଙ୍କ ଚିକିତ୍ସା ପାଇଁ ଶେଷରେ ସେ ନିଜର ଏହି ପୁରସ୍କାରକୁ ବି ବିକ୍ରି କରିବାକୁ ପଛେଇ ନଥିଲେ । କିନ୍ତୁ ଏହା ସତ୍ୱେ ବି ସେ ତାଙ୍କ ବାପାଙ୍କୁ ବଂଚାଇ ପାରିନଥିଲେ ।

ସଇଦ କହିଛନ୍ତି କି, ଯେଉଁ କ୍ରାଫ୍ଟ ପେପର ମର୍ସି ଜରିଆରେ ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଆଉ ଏହି ପୁରସ୍କାରର ମୁଲ୍ୟ ଲକ୍ଷାଧିକ ଟଙ୍କା ଥିଲେ ସୁଦ୍ଧା ସଇଦଙ୍କୁ ଏହି ପୁରସ୍କାରକୁ ଶାଗମାଛ ମୁଲରେ ବିକ୍ରି କରିବାକୁ ପଡିଥିଲା । ସଇଦ କୁହନ୍ତି କି, କାଶ୍ମୀରର ଅନେକ ପ୍ରାଚୀନ କ୍ରାଫ୍ଟ ଏବେ ବିଲୁପ୍ତ ହେବାକୁ ବସିଛି । ଏଥିରେ ପେପପ ମର୍ସି ବି ସାମିଲ । ପେପର ମର୍ସିକୁ ଏକ ସମୟରେ କାଶ୍ମୀରର ପରିଚୟ ହୋଲି କୁହାଯାଉଥିଲା । ସଇଦ କୁହନ୍ତି କି, ପେପର ମର୍ସିର ଏକ ଛୋଟିଆ ବକ୍ସକୁ ବନାଇବା ପାଇଂ ତାଙ୍କୁ ପାଖାପାଖି ୧୦ ଦିନ ଲାଗିଯାଏ । ହେଲେ ଯଦି ଏହାକୁ ବଜାରରେ ବିକ୍ରି କରାଯାଏ ତେବେ ଏହାର ବାସ୍ତବିକ ପାରଶ୍ରମିକ ବି ମିଳିନଥାଏ ।

publive-image

ସଇଦ ଆହୁରୀ ମଧ୍ୟ କହିଛନ୍ତି କି, ସରକାର ଏଠିକାର କ୍ରାଫ୍ଟ କାରିଗରଙ୍କୁ ଅଣଦେଖା କରିଦେଇଛନ୍ତି । ଏଭଳି କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ମିଳିବା ନିହାତି ଆବଶ୍ୟକ । ସେ କହିଛନ୍ତି କି, ଦେଶର ପୁରାତନ ସଭ୍ୟତା ବର୍ତ୍ତମାନ ବିଲୁପ୍ତ ହେବାକୁ ବସିଛି । କେବଳ ସରକାର ହିଁ ନୁହଁନ୍ତି ବରଂ ସମାଜକୁ ବି କ୍ରାଫ୍ଟ କାରିଗରଙ୍କୁ ସହାୟତା ପାଇଁ ଆଗକୁ ଆସିବା ଦରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe