ମାଡି ଆସୁଛି କି ବଡ ବିପଦ ? ସାଗର ମଧ୍ୟରେ ରହସ୍ୟମୟୀ ଚିତ୍ର ! ନାସା ପାଖରେ ବି ନାହିଁ ଉତ୍ତର, ଜାଣନ୍ତୁ କେଉଁଠି ଘଟୁଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା

69

ସାଗର ମଧ୍ୟରେ ଦେଖିବାକୁ ମିଳିଛି ଏଭଳି ଏକ ଅଦ୍ଭୁତ ଚିତ୍ର , ଯାହାକି ନାସାର ଚିନ୍ତା ବଢାଇ ଦେଇଛି । ଯେତେ ଆଧୂନିକ ଜ୍ଞାନ କୌଶଳ ପ୍ରୟୋଗ କରାଗଲେ ମଧ୍ୟ ଏହି ଘଟଣାର ଟେର ପାଉନି ନାସା । ଯାହାକୁ ସମସ୍ତଙ୍କୁ କରିଦେଇଛି ବିଚଳିତ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, Antarctic ସାଗରରେ ଥିବା ବରଫର ଅନେକ ସ୍ଥାନରେ ଛିଦ୍ର ହେବାରେ ଲାଗିଛି ।ଯାହାକୁ ନେଇ ଏବେ ନାସା ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଛି । ବଡ କଥା ହେଲା କି, ଏସଂପର୍କରେ ନାସା କୌଣସି ନିଷ୍ପତିରେ ପହଂଚିପାରିନି । ତେବେ ଯାହା ଜଚ୍ଚାପଡିଛି , ଏଠାରେ କିଛି ଦିନ ହେଲା ତାପମାତ୍ରା ବହୁ ମାତ୍ରାରେ ତଳକୁ ଖସି ଆସିଛି । କିନ୍ତୁ ଏଠାକାର ବରଫରେ ମିଳିଥିବା ଏପ୍ରକାରର ପ୍ୟାଟର୍ଣ୍ଣ ସଂପର୍କରେ ନାସା ପାଖରେ କୌଣସି ଉତ୍ତର ନାହିଁ । ଏହା ଏଥିପାଇଁ ରହସ୍ୟମୟୀ ଲାଗୁଛି କାରଣ, ଭବିଷ୍ୟତରେ ଉଭୟ ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ଜନବସତି ସ୍ଥାପନା କରିବାକୁ ଯୁକ୍ତି ବାଢୁଥିବା ନାସା ନିକଟରେ ଏଭଳି ଘଟଣା ସଂପର୍କରେ କୌଣସି ବି ଉତ୍ତର ମିଳିପାରୁନାହିଁ ।

Arctic and Antarctic Territory

ବିଗତ ଏକ ଦଶକରୁ ନାସା ପୃଥିବୀର ପ୍ରମୁଖ ଭାଗ ତଥା Arctic and Antarctic Territory ଉପରେ ଗବେଷଣା କରିଆସୁଛି । ଏଥିସହିତ କଡା ନଜର ମଧ୍ୟ ନଜର ରଖି ଆସୁଛି । ହେଲେ ଏଭଳି ଘଟଣାରେ ନାସା ପୂରା ଚୁପ୍ ବସିଛି । ନାସ କହିବାନୁସାରେ , ସେମାନେ ପୂର୍ବରୁ କେବେ ଏଭଳି ଦୃଶ୍ୟ ଦେଖିନାହାଁନ୍ତି . ତାଙ୍କ ପାଇଁ ବି ଏହା କୌଣସି ଚ୍ୟାଲେଂଜରୁ କମ ନୁହେଁ । ନାସାର ସୂଚନା ମୁତାବକ, ସେମାନଙ୍କ ତରଫରୁ ବର୍ତ୍ତମାନ ଏନେଇ ଅଧ୍ୟୟନ ଚାଲିଛି କି, ବିଶ୍ୱର ପାଣିପାଗ ପରିବର୍ତ୍ତନ ଉପରେ ଏହାର ପ୍ରଭାବ କଣ ରହିଛି ? ପାଣିପାଗ ପରିବର୍ତ୍ତନ ହେବା ଦ୍ୱାରା ଏସବୁ ସ୍ଥାନରେ କିଭଳି ପ୍ରଭାବ ପଡୁଛି ? ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ନାସା ଦୀର୍ଘଦିନ ହେଲା ଗବେଷଣା କରିଆସୁଛି ଏବଂ ଏହି ମିଶନର ନାଁ Novel operation Aisbrij  ରଖାଯାଇଛି ଦିଆଯାଇଛି ।

ଛଅ ମାସ ଧରି ଗବେଷଣା

ନାସା ଏଠାରେ ଦୀର୍ଘ ଛଅମାସ ହେଲା ଗବେଷଣ କରିଆସିଛି , ଯାହାଦ୍ୱାରା ଉଭୟ ପାଶ୍ୱରୁ ବରଫଦ୍ୱାରା ଆଚ୍ଛାଦିତ ଏହି ଗୋଲାକାରର ପୁଂଖାୁପୂଂଖ ଭାବେ ଯାଂଚ କରାଯାଉଛି । ଏହି ଗବେଷଣାରୁ ଅନେକ ପ୍ରକାରର ସମ୍ବେଦନଶୀଳ ଏବଂ ନୂତନ ଧରଣର ବୈଜ୍ଞାନିକ ଯନ୍ତ୍ରପାତିର ବ୍ୟବହାର ମଧ୍ୟ କରାଯାଉଛି । Ilmen laser altimeter,ପ୍ଲେନ ଆଧାରିତ ଲ୍ୟାଡର ଏବଂ ନାସାର ସାଟେଲାଇଟକୁ ମଧ୍ୟ ସାମିଲ କରାଯାଇଛି । ହେଲେ ଏତେ ସବୁ ଆଧୂନିକ ଯନ୍ତ୍ରପାତି ପ୍ରୟୋଗ କରାଯିବା ସତ୍ୱେ ବି ଏବେବି ନାସାର ହାତ ଖାଲି । ତେଣୁ ଏବେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କି, ଏହାଦ୍ୱାରା କୌଣସି ବଡ ଅଘଟଣ ଘଟିବନି ତ ?