ନାରୀ ମାୟାରେ ନାରାୟଣ ! ଉଲଗ୍ନ ହୋଇ ଖାଦ୍ୟ ପରସିବାକୁ ସତୀଙ୍କୁ କରିଥିଲେ ବାଧ୍ୟ

263

ପୌରାଣିକ କାଳରେ ଅତ୍ରୀ ନାମକ ଜଣେ ମହାନ ଋଷି ଥିଲେ ଏବଂ ତାଙ୍କ ପତ୍ନୀ ଥିଲେ ଅନୁସୁୟା । ତେବେ ଅନୁସୁୟା ଜଣେ ପତିବ୍ରତା ତଥା ସତୀ ନାରୀ ଥିଲେ । ଯାହାର ଚର୍ଚ୍ଚା ତ୍ରିଭୂବନରେ ଆଲୋଡନ ସୃଷ୍ଟି କରିଥିଲା । ତେବେ ଏକ ଦିନ ନାରଦ ତ୍ରିଦେବ ତଥା ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ଅନୁପସ୍ଥିତିରେ ତାଙ୍କ ପାଟରାଣୀଙ୍କ ପାଖକୁ ଯାଇ ଅନୁସୁୟାଙ୍କ ଗୁଣ ଗାରିମା ସଂପର୍କରେ ବଖାଣି ଥିଲେ । ଯାହାଦ୍ୱାରା ତ୍ରିଦେବଙ୍କ ରାଣୀମାନେ ଇର୍ଶାରେ ଜଳିବାକୁ ଲାଗିଥିଲେ ।

ଖାଲି ସେତିକି ନୁହେଁ ସେମାନେ ଅନୁସୁୟାଙ୍କ ସତୀତ୍ୱ ନଷ୍ଟ କରିବାକୁ ଚକ୍ରାନ୍ତ କରିଥିଲେ । ଏଥିପାଇଁ ସେମାନେ ନିଜ ସ୍ୱାମୀଙ୍କୁ ତଥା ତ୍ରିଦେବଙ୍କୁ ଅସ୍ତ୍ର ସ୍ୱରୂପ ବ୍ୟବହାର କରିଥିଲେ । ପ୍ରଥମେତଃ ତ୍ରିଦେବ ପତ୍ନୀମାନଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସେ ସେମାନଙ୍କ କଥାରେ ରାଜି ହୋଇ ଯାଇଥିଲେ ।

ତେବେ ଅନୁସୁୟା ଏକାକୀ ଥିବାବେଳେ ତ୍ରିଦେବ ବ୍ରାହ୍ମଣ ଭିକ୍ଷୁକ ବେଶ ଧାରଣ କରି ତାଙ୍କ ଘରେ ଯାଇ ପହଂଚିଥିଲେ । ଅନୁସୁୟା ବ୍ରାହ୍ମଣଙ୍କୁ ଦେଖି ସେମାନଙ୍କୁ ଭୋଜନ ଗ୍ରହଣ କରିବାକୁ ନିବେଦନ କରିଥିଲେ ମାତ୍ର ଏହାର ସୁଯୋଗ ନେଇ ତ୍ରୀଦେବ ତାଙ୍କ ନିକଟରେ ଏକ ସର୍ତ୍ତ ଉପସ୍ଥାପନା କରି କହିଥିଲେ କି, ‘ଆମ୍ଭେ ତୁମ୍ଭ ଘରେ ଖାଦ୍ୟ ଗ୍ରହଣ କରିବୁ ମାତ୍ର, ଯଦି ତୁମ୍ଭେ ଉଲଗ୍ନ ହୋଇ ଆମ୍ଭମାନଙ୍କୁ ଖାଦ୍ୟ ପରସିବ ତେବେ ଯାଇ ଆମ୍ଭେମାନେ ଭୋଜନ ଗ୍ରହଣ କରିବୁ’ । ତେବେ ଅତିଥୀ ତିରଷ୍କାର ଏବଂ ଅଭିଶାପ ଭୟରେ ସତୀ ଅନୁସୁୟା ବ୍ରାହ୍ମଣଙ୍କ ସର୍ତ୍ତରେ ରାଜି ହୋଇ ଯାଇଥିଲେ ଏବଂ ଉଲଗ୍ନ ହୋଇ ସେମାନଙ୍କୁ ଖାଦ୍ୟ ପରସିଥିଲେ ।