ମୃତ୍ୟୁ ସମୟରେ ବିଶ୍ୱବାସୀଙ୍କୁ ଦେଇଥିବା ମହାନ ପଣ୍ଡିତ ରାବଣର ତିନୋଟି ସତର୍କ ବାଣୀ ! ଜାଣନ୍ତୁ କଣ ଥିଲା . . .

311

ମୃତ୍ୟୁ ସମୟରେ ଲଙ୍କାସୁର ରାବଣ ଲକ୍ଷ୍ମଣଙ୍କୁ ତିନୋଟି ବଡ ତଥା ମହତ୍ୱପୂର୍ଣ୍ଣ କଥା କହି ଯାଇଥିଲେ ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଯେଉଁ ସମୟରେ ରାବଣ ମରିବା ସ୍ଥିତିରେ ଥିଲେ ସେତେବେଳେ ଭଗବାମ ଶ୍ରୀ ରାମ ଲକ୍ଷ୍ମଣଙ୍କୁ କହିଥିଲେ କି ଏହି ସଂସାରରୁ ନୀତି.ରାଜନୀତି, ଶକ୍ତି ତଥା ମହାନ ପଣ୍ଡିତ ବିଦାୟ ନେବାକୁ ଯାଉଛନ୍ତି । ଅର୍ଥାତ୍ ତୁମେ ରାବଣଙ୍କ ନିକଟକୁ ଯାଓ ଏବଂ ତାଙ୍କ ଠାରୁ ଜୀବନର କିଛି ଜ୍ଞାନ ଲାଭ କର କାରଣ ଏହି ଜ୍ଞାନ ତୁମକୁ ଅନ୍ୟ କାହାଠାରୁ ମିଳିବ ନାହିଁ ।

ଜେଷ୍ଠ୍ୟ ଭ୍ରାତାଙ୍କ ଆଦେଶ ପାଇଁ ଲକ୍ଷ୍ମଣ ମରଣାସନ୍ନ ଅବସ୍ଥାରେ ଥିବା ପଣ୍ଡିତ ତଥା ରାବଣଙ୍କ ନିକଟରେ ଯାଇ ଠିଆ ହୋଇ ଯାଇ ଥିଲେ ମାତ୍ର ରାବଣ ତାଙ୍କୁ କିଛି କହିନ ଥିଲେ । ଏହାପରେ ସେ ରାମଙ୍କ ନିକଟକୁ ଫେରି ଯାଇଥିଲେ କିନ୍ତୁ ରାମଚନ୍ଦ୍ର ପରାମର୍ଶ ଦେଇ କହିଥିଲେ ଯଦି ତୁମେ କାହା ଠାରୁ କିଛି ଜ୍ଞାନ ଲାଭ କରିବାକୁ ଯାଉଛ ତେବେ ତା ପାଦତଳେ ଯାଇ ବସ । ନା ଠିଆ ହୋଇ । ରାମଙ୍କ ଆଜ୍ଞା ପାଇ ଲକ୍ଷ୍ମଣ ପୁଣି ଥରେ ରାବଣଙ୍କ ନିକଟରେ ଯାଇ ପହଂଚି ତାଙ୍କ ପାଦତଳେ ଯାଇ ବସି ଥିଲେ । ଏହାପରେ ଲକ୍ଷ୍ମଣଙ୍କୁ ଦେଖି ରାବଣ ତାଙ୍କୁ ୩ଟି ମହତ୍ୱପୂର୍ଣ୍ଣ କଥା କହିଥିଲେ ତେବେ ସେଗୁଡିକ କଣ ଥିଲା ଆସନ୍ତୁ ଜାଣିବା ।

• ପ୍ରଥମଟି ଥିଲା, ଶୁଭ କାମକୁ ଯେତେ ଶୀଘ୍ର ପାରିବ କରିଦେବା ଉଚିତ୍ । ଏବଂ ଅଶୁଭ କାମକୁ ସବୁବେଳେ ଏଡାଇବାକୁ ଚେଷ୍ଟା କରିବା ଉଚିତ୍ । ଏହାର ଅର୍ଥ ହେଲା ଶୁଭସ୍ୟ ଶୀଘ୍ରମ୍ । ଅର୍ଥାତ୍ ମୁଁ ଶ୍ରୀରାମଚନ୍ଦ୍ରଙ୍କୁ ଚିହ୍ନି ପାରିଲିନି । ଏବଂ ତାଙ୍କ ଶରଣରେ ରହିବାକୁ ବହୁତ ବିଳମ୍ବ କରିଦେଲି । ଯାହା କାରଣରୁ ଆଜି ମୋର ଏହି ବିପତି ।

• ଦ୍ୱିତୀୟ କଥାଟି ଯାହା ରାବଣ ଲକ୍ଷ୍ମଣଙ୍କୁ କହିଥିଲେ ,ନିଜ ପ୍ରତିଦ୍ୱନ୍ଦି ବା ଶତ୍ରୁକୁ କେବେ ନିଜଠାରୁ ଛୋଟ ମଣିବ ନାହିଁ । ଯେଉଁ ଭୁଲଟା କି ମୁଁ କରିଥିଲି । ମୁଁ ସବୁବେଳେ ମୋର ଶତ୍ରୁକୁ ଛୋଟ ଭାବେ ଯାହାର ପରିଣତି ଏବେ ତୁମ ସାମ୍ନାରେ । ମୁଁ ଯାହାକୁ ଏକ ସାଧାରଣ ବାନର ଓ ଭାଲୁ ଭାବି ବସିଥିଲି ସେମାନେ ମୋର ସଂପୂର୍ଣ୍ଣ ସେନାକୁ ନଷ୍ଟ କରିଦେଇଥିଲେ । ମୁଁ ପ୍ରଜାପତି ବ୍ରହ୍ମାଙ୍କୁ ବର ମାଗିଥିଲି କି ମୋର ମୃତ୍ୟୁ ମନୁଷ୍ୟ ଏବଂ ବାନର ଅତିରିକ୍ତ ଅନ୍ୟ କେହି କରିପାରିବେ ନାହିଁ । କାରଣ ମୁଁ ସବୁବେଳେ ଏମାନଙ୍କୁ ଛୋଟ ଭାବୁଥିଲି ।

• ତୃତୀୟ ତଥା ଅନ୍ତିମ କଥାଟି ଯାହା ଲଙ୍କାସୁର ରାବଣ କହିଥିଲେ, ଯଦି ତୁମ ଜୀବନର କିଛି ରାଜ୍ ବା ରହସ୍ୟ ରହିଛି ତେବେ ଭୁଲରେ ବି ତାହା କାହାକୁ ଜଣାଇବ ନାହିଁ । ଯାହାର ଶିକାର ମୁଁ ନିଜେ ହୋଇସାରିଛି । କାରଣ ବୀଭିଷଣ ମୋ ମୃତ୍ୟୁର ରହସ୍ୟ ଜାଣିଥିଲା । ଏହା ମୋ ଜୀବନର ସବୁଠାରୁ ବଡ ଭୁଲ ଥିଲା ।